ଆରଟି-ପିସିଆର ଟେଷ୍ଟରେ ଧରାପଡ଼ୁନି ଓମିକ୍ରନର ସବ ଷ୍ଟ୍ରେନ

0

ଲଣ୍ଡନ: ଓମିକ୍ରନର ସବ ଷ୍ଟ୍ରେନ ବିଏ. ୨ଏବେ ବ୍ରିଟେନରେ ଚିନ୍ତା ବଢାଇଚି । ଏହି ଭାରିଆଣ୍ଟ ଏବେ ୪୦ ଦେଶକୁ ବ୍ୟାପି ସାରିଲାଣି । କିନ୍ତୁ ଏହି ଭାରିଆଣ୍ଟକୁ ଆରଟିପିସିଆର କିଟ ଠାବ କରି ପାରୁନଥିବା ଜଣାପଡିଛି । ତେଣୁ ୟୁରୋପରେ ପୁଣି ସଂକ୍ରମଣ ବଢିବା ଆଶଙ୍କା ଦେଖା ଦେଇଛି । ଡବ୍ଲୁଏଚଓ ଅନୁଯାୟୀ, ଏଯାବତ୍ ଓମିକ୍ରନର ୩ଟି ସବ ଷ୍ଟ୍ରେନ ବାହାରିଲାଣି । ସେସବୁ ହେଲା ବିଏ୧, ବିଏ୨ ଓ ବିଏ୩ । ବିଏ୧ ସବଷ୍ଟ୍ରେନ ଏବେ ବିଶ୍ୱରେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେଉଥିବା ଲୋକଙ୍କ ଶରୀରରେ ଅଧିକ ମିଳୁଛି । ବିଏ୨ ସଂକ୍ରମଣ ମଧ୍ୟ ଦ୍ରୁତ ବୃଦ୍ଧି ହେଉଛି ।
ଜାନୁଆରୀ ୨୦ ସୁଦ୍ଧା ଡେନମାର୍କରେ ବିଏ୨ ଷ୍ଟ୍ରେନରେ ଅଧିକାଂଶ ଲୋକ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଏହା ଆରଟିପିସିଆର ଟେଷ୍ଟରେ ମଧ୍ୟ ଧରାପଡୁ ନାହିଁ । ତେଣୁ ବ୍ରିଟେନ ଏହାକୁ ଭାରିଆଣ୍ଟ ଅଫ କନସର୍ନ ବା ଚିନ୍ତାର ଭାରିଆଣ୍ଟ କହିଛି । ଡେନମାର୍କ ଓ ବ୍ରିଟେନ ବ୍ୟତୀତ ବିଏ-୨ ସବ ଷ୍ଟ୍ରେନ ସ୍ୱିଡେନ, ନରୱେ, ଭାରତରେ ଠାବ ହୋଇଛି । ବିଏ୧ ଓ ୨ ପ୍ରାୟତଃ ଏକ ପ୍ରକାରର । ହେଲେ ବିଏ୨ରେ ୨୮ଟି ସ୍ୱତନ୍ତ୍ର ମ୍ୟୁଟେସନ ରହିଛି । ଗବେଷକଙ୍କ ମତରେ ବିଏ୧ ମ୍ୟୁଟେସନ ଆରଟି ପିସିଆର ଟେଷ୍ଟରେ ଧରାପଡୁଛି । ହେଲେବିଏ୨ ଏହି ଟେଷ୍ଟରେ ଧରାପଡୁ ନାହିଁ ।