ବାବା କା ଢାବାର ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ

0

ନୂଆଦିଲ୍ଲୀ: କରୋନା ସମୟରେ ଚର୍ଚ୍ଚାକୁ ଆସିଥିବା ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଦିଲ୍ଲୀର ମାଲବୀୟ ନଗରରେ ରହୁଥିବା କାନ୍ତା ପ୍ରସାଦ ମଦ ପିଇବା ସହ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁବାର ରାତିରେ ସେ ଏପରି କରିଥିବା ସୂଚନା ରହିଛି । ଏହା ଜଣା ପଡିବା ପରେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ଥିତି ଭଲ ରହିଛି ।
ଦିଲ୍ଲୀ ପୁଲିସର ଡିସିପି ଅତୁଲ ଠାକୁର କହିଛନ୍ତି, ୮୦ ବର୍ଷୀୟ କାନ୍ତା ପ୍ରସାଦଙ୍କୁ ବିଳମ୍ବିତ ରାତିରେ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ମଦ ସହ ନିଦ ବଟିକା ଖାଇଦେଇଥିଲେ । କାନ୍ତା ପ୍ରସାଦଙ୍କ ପୁଅଙ୍କ ବୟାନ ରେକଡ କରାଯାଇଛି । ଏବେ ପୁଲିସ ମାମଲାର ଯାଞ୍ଚ ଚଳାଇଛି ।