ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁରରେ ଭାରତୀୟ ସମ୍ବିଧାନ ର ପ୍ରଣେତା ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକର ଙ୍କ ୧୩୧ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସହରର ଆମ୍ବେଦକର ଛକ ରେ ଥିବା ତାଙ୍କ ପ୍ରତିମା ରେ ସକାଳ ୭ ଘଣ୍ଟା ସମୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍ ମିଞ୍ଜ୍, ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଡ଼ୋଲାମଣୀ ପଟେଲ୍, ବିଭିନ୍ନ ଜନପ୍ରତିନିଧି, ଆମ୍ବେଦକର ସଂଗଠନର କର୍ମକର୍ତ୍ତା ଏବଂ ବିଭିନ୍ନ ଅନୁଷ୍ଠାନ ର ସମାଜସେବୀ ତଥା ବିଭିନ୍ନ ବିଭାଗର ଅଧିକାରୀମାନେ ପୁଷ୍ପମାଲ୍ୟାର୍ପଣ କରିଥିଲେ ।
ଏହାପରେ ୮ ଘଣ୍ଟା ସମୟରେ ସ୍ଥାନୀୟ ଡି ଆର୍ ଡିଏ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ଓ ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଶ୍ରୀମତି ଅବୋଲୀ ସୁନୀଲ ନରୱଣେ ,ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍ମିଞ୍ଜ୍, ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଡ଼ୋଲାମଣୀ ପଟେଲ୍, ସୋନପୁର ଉପଜିଲ୍ଲାପାଳ ନୀହାର ରଞ୍ଜନ କହଁର ଏବଂ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ୍ ଡଃ ଜ୍ୟୋତିରଞ୍ଜନ ବହିଦାର ପ୍ରମୁଖ ଯୋଗଦେଇଥିଲେ ।
ଅତିଥି ଏବଂ ବକ୍ତା ମାନେ ବାବାସାହେବ ଆମ୍ବେଦକରଙ୍କ ଜୀବନ ଦର୍ଶନ ଉପରେ ବିଶେଷ ଭାବରେ ଚର୍ଚ୍ଚା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଆମ୍ବେଦକର ଙ୍କ ସ୍ମୃତି ଚାରଣ କରି ସମାଜକୁ ତାଙ୍କ ମହତ ଅବଦାନ ମନେପକେଇ ଦେଇଥିଲେ । ଛାତ୍ରଛାତ୍ରୀମାନେ ବାବାସାହେବ ଙ୍କ ଜୀବନୀ ଏବଂ ସାହିତ୍ୟ ନିଶ୍ଚିତ ଭାବରେ ଅଧ୍ୟୟନ କରି ସମାଜରେ ବାକି ରହିଥିବା ଛୁଆଁ ଅଛୁଆଁ ଭେଦଭାବ ଦୂରକରି ଏକ ପ୍ରଗତିଶୀଳ ସମାଜ ଗଠନ କରିବାକୁ ପ୍ରେରଣା ଦେଇଥିଲେ ଓ ଜିଲ୍ଲା ଆମ୍ବେଦକର ସଂଗଠନର ସଭାପତି ରବିନ୍ଦ୍ର କୁମ୍ଭାର ବାବାସାହେବ ଙ୍କ ଜୀବନୀ ସମ୍ମିଳୀତ ସଙ୍ଗୀତ ଗାନ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ସ୍ୱାଗତ ଅଭିଭାଷଣ ଦେଇଥିଲା ବେଳେ ବିଦ୍ୟାପତି ପଣ୍ଡା ସଭା ପରିଚାଳନା କରିଥିଲେ ଓ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା କ୍ଷ ଏହି ସଭାରେ ବିଭିନ୍ନ ବିଭାଗରେ ପଦାଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସୁବର୍ଣ୍ଣପୁର ନାଗରିକ ସମାଜର ବିଶିଷ୍ଟ ବ୍ୟକ୍ତି ଗଣ ଏବଂ ସାମ୍ବାଦିକ ମାନେ ଯୋଗଦାନ କରିଥିଲେ ।