ନାଳରେ ପଡିଛି ଶିଶୁ କନ୍ୟା

0

ଅନୁଗୋଳ(ରିପୋର୍ଟର୍ସ ଟୁଡେ): ପୁଣି ଅଦରକାରୀ ପାଲଟିଗଲା ଆଉ ଏକ ନିରୀହ ଶିଶୁକନ୍ୟା । ବାରମ୍ବାର ବିଭିନ୍ନ ସ୍ଥାନରେ ଶିଶୁକନ୍ୟାକୁ ଜନ୍ମ ପରେ ଫିଙ୍ଗି ଦେଉଥିବା ଘଟଣା ସାମ୍ନାକୁ ଆସୁଛି । ଠିକ ସେହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ରଗୁଡିଆପଡା ଗ୍ରାମରେ । ଏକ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାକୁ ଫିଙ୍ଗି ଦିଆଯାଇଛି । ତେବେ ଆଜି ଏହି ଗାଁର ଶାନ୍ତି ନାଏକ ଅଳିଆ ଫିଙ୍ଗିବାକୁ ଗାାଁର ନାଳ ନିକଟକୁ ଯାଇଥିବା ବେଳେ ସେଠାରେ ଏକ ଶିଶୁର କାନ୍ଦ ଶୁଣିଥିଲେ । ନିକଟକୁ ଯାଇ ଯାହା ଦେଖିଲେ ତାହା ତାଭ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏକ ନବଜାତ ଶିଶୁ କନ୍ୟାକୁ କେହିଜଣେ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଦେଖିବାକୁ ପାଇଥିଲେ । ତେବେ ଏହା ସହି ନପାରି ଶିଶୁ କନ୍ୟାଟିକୁ ଉଦ୍ଧାର କରି ସେ ନିଜ ଘରକୁ ନେଇଆସିଥିବା ଜଣାପଡିଛି । ସେପଟେ କୌଣସି ପୋଲିସ କିମ୍ବା ପ୍ରଶାସନ ଘଟଣା ଉପରେ ଯାଞ୍ଚ ପାଇଁ ପହଞ୍ଚି ନଥିବା ସୂଚନା ମିଳିଛି ।