ବାଲେଶ୍ୱର: ଭିଜିଲାନ୍ସ ଏବେ ଅପରାଧୀଙ୍କ ପିଛା ଛାଡୁନି । ହେଲେ ଅନ୍ୟପଟେ ଦୁର୍ନୀତିର ଚେର ବଢିବାରେ ଲାଗିଛି । ତେବେ ବାଲେଶ୍ୱରରେ ଏକ ଦୁର୍ନୀତି ମାମଲାର ଧରପକଡ ହୋଇଛି । ଭିଜିଲାନ୍ସ ଜାଲରେ ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଧରାପଡିଛନ୍ତି । ବାଲେଶ୍ୱରର କ୍ଷୁଦ୍ର ଜଳସେଚନ ଡିଭିଜନର ଯନ୍ତ୍ରୀ ମହେଶ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ ପଡିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ ହୋଇଛି । ଏକକାଳିନ ୫ଟି ସ୍ଥାନରେ ଚଢାଉ ଜାରି ରହିଥିଲା ।
ଏହି ଚଢାଉରେ ୩ଜଣ ଡିଏସ୍ପି, ୧୨ଜଣ ଇନସ୍ପେକ୍ଟର, ୨ଜଣ ସବ୍ ଇନସ୍ପେକ୍ଟରଙ୍କ ସହ ୫ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ତଦନ୍ତ ପରେ ଜଣା ପଡିଛି ମହେଶ ପଟ୍ଟନାୟକଙ୍କର ବାଲେଶ୍ୱର ସ୍ଥିତ ଅଫିସ, ରାୟଗଡା ରେ ତାଙ୍କ ପୈତୃକ ଘର, ବିଶାଖାପାଟନମ୍ ଛିନ୍ନଗଦିଲିସ୍ଥିତ ଫ୍ଲାଟ, ମୟୂରଭଞ୍ଜ ବାରିପଦା ମୁର୍ଗାବା ଡିସ୍ଥିତ ସରକାରୀ ବାସଭବନରେ ଚଢାଉ ଚାଲିଛି । ଏହାସବୁ ଭୁବନେଶ୍ୱର ସ୍ପେଶାଲ ଜର୍ଜଙ୍କ ନିର୍ଦ୍ଦେଶ କ୍ରମେ ରେଡ ହୋଇଛି ।