ପ୍ରେମିକକୁ ହତ୍ୟା ଘଟଣାରେ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବାଲିଗୁଡା ପୋଲିସ

0

ବାଲିଗୁଡା : ପ୍ରେମ ଜନିତ ବିଭୋତ୍ସ ହତ୍ୟାକାଣ୍ଡ ଘଟଣାରେ ବାଲିଗୁଡା ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ l ପ୍ରେମିକକୁ ପିଟି ପିଟି ସଙ୍ଘବଧ ଭାବେ ହତ୍ୟା ଘଟଣାରେ ଆଉ ସାତ ଜଣ ଅଭିଯୁକ୍ତକୁ ଗିରଫ କଲା ବାଲିଗୁଡା ପୋଲିସ l ତେବେ ଏହି ପ୍ରେମ ଜନିତ ହତ୍ୟା ଘଟଣାରେ ମୋଟ 14 ଜଣକୁ ଏଯାବତ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡା ପୋଲିସ l ବାଲିଗୁଡା ଥାନା ପୁଟକିପାଲି ଗାଁରେ ପ୍ରେମିକକୁ ହତ୍ୟା କରିବା ସହ ଖଣ୍ଡ ବିଖଣ୍ଡିତ ମୃତ ଦେହକୁ ଅଖାରେ ପୁରେଇ ଜଙ୍ଗଲରେ ଫିଙ୍ଗିଦେବା ଘଟଣାରେ ଗତ ଦୁଇ ଦିନ ତଳେ ମୁଖ୍ୟ ଅଭିଯୁକ୍ତ ପ୍ରେମିକାର ବାପା ଓ ସମ୍ପର୍କୀୟ ଭାଇ ସମେତ ମୋଟ 7 ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବାଲିଗୁଡା ପୋଲିସ l

ବାଲିଗୁଡା ଥାନା ଲଣ୍ଡା ଗାଁ ପଂଚାୟତର ପୁଟକିପାଲୀ ଗାଁ ରେ ପ୍ରେମକୁ କେନ୍ଦ୍ର କରି ପ୍ରେମିକ କଣ୍ଟାମାଲ ଥାନା ଘଣ୍ଟପଡା ଗାଁର ଶୁକଦେବ ରଣାକୁ ହତ୍ୟା କରିଥିଲେ ପ୍ରେମିକାର ବାପା,ଭାଇ ଓ ସମ୍ପର୍କୀୟ l ହତ୍ୟା ପରେ ମୃତ ଦେହକୁ ଖଣ୍ଡ ଖଣ୍ଡ କରି ଅଖା ରେ ଭର୍ତି କରି ଜଙ୍ଗଲରେ ଦେଇଥିଲେ l ଗତ ଅଗଷ୍ଟ 26 ତାରିଖ ଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ଘଣ୍ଟପଡା ଗାଁର ପ୍ରେମିକ ଶୁକଦେବ ରଣା ଲଣ୍ଡା ଗାଁକୁ ଆସିଥିଲେ l ପରେ ପ୍ରେମିକା ଗାଁ ତଳିପଡ଼ା ଗାଁକୁ ପ୍ରେମିକ ଶୁକଦେବ ଯାଇଥିବା ବେଳେ ପ୍ରେମିକାର ବାପା, ଭାଇ ଓ ସମ୍ପର୍କୀୟ ଜାଣିବା ପରେ ପିଟି ପିଟି ହତ୍ୟା କରିଥିଲେ l ଘରକୁ ଶୁକଦେବ ନ ଫେରିବାରୁ ପରିବାର ଲୋକ ନିଖୋଜ ଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ l ତେବେ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ନେତୃତ୍ୱରେ ଏକ ଟିମ ପୁଟକିପାଲି ଗାଁରେ ପହଂଚି ଥିଲା l

ଘଟଣାର ଛାନଭିନ୍ କରିବା ସହ ପ୍ରେମିକାର ବାପା ଓ ଦୁଇ ସମ୍ପର୍କୀୟ ଭାଇକୁ ନେଇ ଘଟଣା ସ୍ଥଳରେ ହତ୍ୟାକାଣ୍ଡର ରି ସିନ କରେଇଥିଲା ବାଲିଗୁଡା ପୋଲିସ l ଶେଷରେ ପ୍ରେମିକ ଶୁକଦେବ ରଣାକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଥିବା ସତ ଉଗାଳିଥିଲେ ଅଭିଯୁକ୍ତ ପ୍ରେମିକାର ବାପା ଓ ସମ୍ପର୍କୀୟ ଭାଇ l ପରେ ଗତ 5 ତାରିଖ ଦିନ ପୁଟକିପାଲି ଜଙ୍ଗଲରୁ ଖଣ୍ଡ ବିଖଣ୍ଡିତ ମୃତ ଦେହକୁ ଉଦ୍ଧାର କରିଥିଲା ବାଲିଗୁଡା ପୋଲିସ l ତେବେ ଏହି ହତ୍ୟାକାଣ୍ଡ ଘଟଣାର ଏବେ ବି ତଦନ୍ତ ଜାରୀ ରହିଥିବା କହିଛନ୍ତି ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ l