ପାରା ଗ୍ଲାଇଡଙ୍ଗରେ ଭର୍ତି ହୋଇ ଆକାଶରେ ଉଡିଲେ ବଣ୍ଡା ଯୁବକ ଲକିନାଥ

0

ମାଲକାନଗିରି/ସୂର୍ଯ୍ୟକାନ୍ତ ବେହେରା : ଓଡିଶାର ବଣ୍ଡା ଜନଜାତିର ପ୍ରଥମ ଯୁବକ ଲକିନାଥ ଜିଏକି ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳ କୁହାଯାଉଥିବା ପରକନମାଲା ଗ୍ରାମରେ ବସବାସ କରୁଥିବା ବେଳେ ନିଜର ଉଦ୍ୟମ ଓ ପ୍ରୟାସ ଯୋଗୁଁ ଆଜି ନିଜ ଜିଲ୍ଲା ପାଇଁ ଗର୍ବ ଆଣିବା ସହ ଖୋଲା ଆକାଶରେ ପାରା ଗ୍ଲାଇଡଙ୍ଗ କରି ଇତିହାସ ରଚିଛନ୍ତି ।

ମାଲକାନଗିରି ମହାବିଦ୍ୟାଳୟରେ ଅଧୟନରତ ଛାତ୍ର ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଜୁନିୟର ଅଣ୍ଡର ଅଫିସର ଲକିନାଥ କିର୍ଶନୀ ଆଗ୍ରା ସ୍ଥିତ ଭାରତୀୟ ବାୟୁସେନା ଶିବିରରେ ନମଭେମ୍ବର ୧ରୁ ୨୫ ତାରିଖ ପର୍ଜ୍ୟନ୍ତ ଯୁଦ୍ଧ ଜାହାଜରେ ବିଭିନ୍ନ ରଣ କୌଶଳ ପ୍ରଶିକ୍ଷଣ ଲାଭ କରିବା ସହ ଆକାଶରରେ ପାରଚ୍ୟୁଟ ଦ୍ଵାରା ଉଡିବା ଆଦି ତାଲିମ ଗ୍ରହଣ କରି ଦୃଢ ଇଛା ଶକ୍ତି ଯୋଗୁଁ ଓଡିଶାର ପ୍ରଥମ ଯୁବକ ରୂପେ ଏହି ତାଲିମକୁ ସଫଳତାର ସହ ଗ୍ରହଣ କରି କୃତିତ୍ଵ ଲାଭ କରିଥିବା ସହ ନିଜେ ଆକାଶରେ ଯୁଦ୍ଧ ଜାହାଜରୁ ପରାଚ୍ୟୁଟରେ ଅବତରଣ କରି ଅସିମ ସାହସର ପରିଚୟ ଦେଇ ପାରିଛନ୍ତି ।

 

ତାଙ୍କର ଏହି କୃତିତ୍ଵ ପାଇଁ ଆଜି ତାଙ୍କୁ ମାଲକାନଗିରି ମହାବିଦ୍ୟାଳୟ ପରିସରରେ ବେଳେ ମହାବିଦ୍ୟାଳୟର ଅଧକ୍ଷ ଅଶୋକ କୁମାର ଶଢଙ୍ଗୀ, ଅଧ୍ୟାପକ ଡ ରଞ୍ଜନ କୁମାର ସ୍ଵାଇଁ, ଏଏନ ଓ ସୁଶାନ୍ତ କୁମାର ମାଝି, ଅଧ୍ୟାପକ ଗୌତମ ନାୟକ, ଉମେଶ ଚନ୍ଦ୍ର ରାଉତ, ମନୋରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଛ ଦେଇ ଲକିନାଥଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।