ବାପି ଦାଙ୍କୁ ଝୁରୁଛି ଗାୟକ ଜଗତ

ଲିଜେଣ୍ଡ୍ରି ଗାୟକ ବାପି ଲାହିରିଙ୍କର ପ୍ରତ୍ୟେକ ସାଉଣ୍ଡ ଟ୍ରାକକୁ ଛୋଟରୁ ବଡ଼ ସମସ୍ତେ ଖୁବ ଉପଭୋଗ କରୁଛନ୍ତି ।

0

(ମୁମ୍ବାଇ) : ଲିଜେଣ୍ଡ୍ରି ଗାୟକ ବାପି ଲାହିରିଙ୍କର ପ୍ରତ୍ୟେକ ସାଉଣ୍ଡ ଟ୍ରାକକୁ ଛୋଟରୁ ବଡ଼ ସମସ୍ତେ ଖୁବ ଉପଭୋଗ କରୁଛନ୍ତି । କିନ୍ତୁ ହଠାତ୍ ତାଙ୍କର ଦେହାନ୍ତ ସମଗ୍ର ଦେଶକୁ ସ୍ତବ୍ଦ କରି ଦେଇଥିଲା। ବର୍ତ୍ତମାନ ଗାୟକଙ୍କ ପୁଅ ବାପ୍ପା ଲାହିରି ତାଙ୍କ ଇନଷ୍ଟା ଆକାଉଣ୍ଟରୁ ବାପି ଦାଙ୍କ ଏକ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଛନ୍ତି।

ସୂଚାନୁଯାୟୀ , ଯେଉଁଥିରେ ବାପି ଲାହିରୀ ତାଙ୍କ ସାନ ନାତି କୃଷଙ୍କ ସହ ମଜା କରୁଥିବା ନଜର ଆସିଛନ୍ତି। ଉଭୟ ଟିଫିନ୍ ବକ୍ସ ସାହାଯ୍ୟରେ ମ୍ୟୁଜିକ୍ କ୍ରିଏଟ୍ କରୁଥିବା ଦେଖାଯାଇଛି। ଭିଡିଓଟି ସେୟାର କରି ବାପ୍ପା ଲେଖିଛନ୍ତି, “ମୁଁ ଭଗବାନଙ୍କ ଠାରୁ ପାଇଥିବା ସବୁଠୁ ବଡ ଉପହାର ଏବଂ ମୁଁ ତାଙ୍କୁ ବାପା ବୋଲି କହୁଛି। ଜୁଗଲବନ୍ଦି #krishh #bappilahiri ଙ୍କ ସହିତ।