ଆଜିର ଦିନରେ ଭାରତ ଛାଡ଼ ଆନ୍ଦୋଳନ ଦେଇଥିଲେ ବାପୁ 

0

ଭୁବନେଶ୍ୱର: ଆଉ କିଛି ଦିନ ଗଲେ ସ୍ୱାଧୀନତା ଦିବସ | ତେବେ ସ୍ୱାଧୀନତା ପାଇବ ପୂର୍ବରୁ ଜାତିର ପିତା ମହାତ୍ମା ଗାନ୍ଧୀ ଭାରତକୁ ବ୍ରିଟିଶ ମୁକ୍ତ କରିବା ପାଇଁ ଭାରତଛାଡ଼ ଆନ୍ଦୋଳନ ଡାକରା ଦେଇଥିଲେ | ତେବେ ଆଜିର ଦିନ ଅର୍ଥାତ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ | ତେବେ ଏହି ଦିନକୁ କ୍ରାନ୍ତି ଦିବସ ରୂପେ ପାଳନ କରାଯାଏ |

ଏହାପରେ ଭାରତବାସୀ ଏକଜୁଟ୍‌ ହୋଇ ବ୍ରିଟିଶଙ୍କ ବିରୋଧରେ ଲଢ଼େଇ କରିଥିଲେ । ମୁମ୍ବାଇର ଅରୁଣା ଆସିକ ଅଲ୍ଲୀ ଗ୍ବାଲିଆ କ୍ରାନ୍ତି ମଇଦାନରେ ପତାକା ଉଡ଼ାଇ ଆନ୍ଦୋଳନ ପାଇଁ ଶଙ୍ଖଧ୍ବନି ଦେଇଥିଲେ। ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା । ତେବେ ଆଜିସେହି ମହାନ ଦିନ କୁ ମନେପକାଇ ଏହି ଦିବସକୁ ପାଳନ କରୁଛି | ଦେଶ ପାଇଁ ନିଜ ଜୀବନକୁ ବଳିଦାନ କରିଥିବା ବୈର ସଂଗ୍ରାମୀ ମାନଙ୍କୁ  ମାନେ ପକାଇ ଦେଶକୁ ଆହୁରି ଆଗକୁ ବିକାଶ ଆଡକୁ ନେବାକୁ ସାରା ଦେଶ ପାଳୁଛି କ୍ରାନ୍ତି ଦିବସ |