ମୃତ୍ୟୁପରେ ବି ମିଳିଲାନି ଚାରିକାନ୍ଧ

0

(ଚିତ୍ତରଞ୍ଜନ ସାହୁ) : ମୃତ୍ୟୁ ପରେ ବି ମିଳିଲାନି ଚାରିକାନ୍ଧ । ନୀଚ୍ଚ ଜାତିରେ ବିବାହ କରିଥିବାରୁ ମୃତ୍ୟୁ ପରେ ବି ଆସିଲେନି ସମ୍ପର୍କିୟ । ପ୍ରଶାସନ କଲା ଶବ ସତ୍କାର । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ବିଜେପୁର ରେ । ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମରେ ସାନ ମେହେର ନାମକ ଜଣେ ୬୫ ବର୍ଷୀୟ ଅସହାୟ ବୃଦ୍ଧ ଦୀର୍ଘ ଦିନ ହେବ ବିଜେପୁର ଗୋଷ୍ଠ ସ୍ୱାସ୍ଥ୍ରକେନ୍ଦ୍ର ରେ ଚିକିତ୍ସିତ ହେଉଥିଲେ । ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ପୂର୍ବରୁ ସାନ ମେହରଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲ । ସାନ ଙ୍କ କୌଣସି ସନ୍ତାନ ସନ୍ତତି ନ ଥିବା ବେଳେ ତାଙ୍କର ଶବ ଉଠାଇବା ପାଇଁ ତାଙ୍କର ନିକଟ ସମ୍ପର୍କୀୟ କେହି ଆସିନଥିଲେ । ଫଳରେ ବିଜେପୁର ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ର, ଗୋଷ୍ଠି ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଏନ ଏ ସି ଅଧିକାରୀ ଜୟ ସିଂ ଛତର, ମେଡିକାଲ କର୍ମଚାରୀ ଡ଼. ରାଧେଶ୍ୟାମ ଅଗ୍ରୱାଲ, ଦେବେନ୍ଦ୍ର ପ୍ରଧାନ, ରାକେଶ ଷଣ୍ଢ ପ୍ରମୁଖ ଚାରି କାନ୍ଧ ଦେଇ ସାନ ମେହେରଙ୍କ ଶବ ସତ୍କାର କରିଛନ୍ତି । ଜଣେ ଅଜଣା ବୃଦ୍ଧ ଙ୍କୁ ପ୍ରଶାସନିକ ଅଧିକାରୀ ମାନେ ଚାରିକାନ୍ଧରେ ନେଇ ସ୍ଥାନିୟ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିବା ଘଟଣା କୁ ବୁଦ୍ଧିଜୀବୀ ମାନେ ବେଶ ପ୍ରସଂଶା କରିଛନ୍ତି ।