ବିବାଦ ଘେର ବରୀ ବ୍ଲକର କନିଷ୍ଠ ଯନ୍ତ୍ରୀ
ଆନ୍ଦୋଳନର ଚେତାବନୀ ଦେଲା ବରୀ କଂଗ୍ରେସ , କନିଷ୍ଠ ଯନ୍ତ୍ରୀଙ୍କ ଉପରେ ଏତେ ଦରଦ କାହିଁକି, ସମାଧାନ କରିବାକୁ କାହିଁକି ଆସିଥିଲେ ଜିଲ୍ଲା ପ୍ରଶାସନର ବଡ ବଡ ଅଧିକାରୀ।
ବରୀ : ଲଗାତାର ବିବାଦ ଘେରକୁ ଆସିଥିବା ବରୀ ବ୍ଲକ ର କନିଷ୍ଠ ଯନ୍ତ୍ରୀ ବିପ୍ଳବ ପରିଜା ଜଣେ ଲୋକ ପ୍ରତିନିଧି ଙ୍କୁ ମାଡ ମାରିବା ଓ ପରେ ଘଟଣା ସ୍ଥଳରୁ ଯନ୍ତ୍ରୀ ଙ୍କୁ ବରୀ ପୋଲିସ ଉଦ୍ଧାର କରି ଥାନାକୁ ଆଣିବା ପରେ ଉଭୟ ପକ୍ଷ ବରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପ୍ରଶାସନ ତଦନ୍ତ କରି କର୍ଜୁନୁଷ୍ଠାନ ନେବା ବଦଳରେ ମାମଲାକୁ ରାତି ଅଧିଆ ସମାଧାନ କରିଛନ୍ତି। ଯାହା ପୁଣି ଜିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କ ଉପସ୍ଥିତିରେ। ହଜାର ହଜାର ଲୋକ ଚାହିଁ ବସିଥିଲେ ବାରମ୍ବାର ଘଟଣା ଘଟାଉ ଥିବା କନିଷ୍ଠ ଯନ୍ତ୍ରୀଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ହେଉଛି ଦେଖିବାକୁ। ହେଲେ ପୁରା ପ୍ରଶାସନ ଲାଗି ପଡ଼ିଥିଲା ସମାଧାନ କରିବାକୁ।ସାଧାରଣ ଲୋକଟିଏ ନ୍ୟାୟ ନ ପାଇ ପାଟି ଖୋଲିଲେ ପ୍ରଶାସନ ତାକୁ ଆଇନି ଜାଲରେ ଛନ୍ଦୁଥିବା ବେଳେ ବାରମ୍ବାର କନିଷ୍ଠ ଯନ୍ତ୍ରୀଙ୍କ ଘଟଣାକୁ ସମାଧାନ କରିବା ଘଟଣା ଆଇନ ବ୍ୟବସ୍ଥାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଯେଉଁଥିରେ ବିଜେଡ଼ି ନେତା, ସରକାରୀ କର୍ମଚାରୀ ଓ ପୋଲିସ ପ୍ରଶାସନ ସାମିଲ ହୋଇଥିବା ବରୀ ବ୍ଲକ କଂଗ୍ରେସ ସଭାପତି ମନୋଜ ଦାସ କହିଛନ୍ତି। କନିଷ୍ଠ ଯନ୍ତ୍ରୀ ଜଣକ ମୁଣ୍ଡ ଉପରେ କାହାର ହାତ ଅଛି। ପ୍ରଥମେ ବରୀ ବ୍ଲକ ମୁଖ୍ୟ କିରାଣୀ ପରେ ସାମ୍ବାଦିକ ଏବେ ଜିଲ୍ଲାପରିଷଦ ସଭ୍ୟ ଙ୍କୁ ଆକ୍ରମଣ କରିଛନ୍ତି। ଆଗକୁ ବ୍ଲକ ଯିବାକୁ ସାଧାରଣ ଲୋକେ ମଧ୍ୟ ଭୟ କରିବେ। ତେଣୁ ୧୫ ଦିନ ମଧ୍ୟରେ ସଠିକ୍ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ବରୀ ଯୁବ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୋଲି ଅମରେଶ ପରିଡ଼ା କହିଛନ୍ତି।