ମାଲକାନଗିରି ବାରୋନୀ ମେଳା ଉତ୍ସବ ଅନୁଷ୍ଠିତ

0

ମାଲକାନଗିରି/ ସୂର୍ୟ୍ୟକାନ୍ତ ବେହେରା : ମାଲକାନଗିରି ଜିଲ୍ଲା କୋରୁକଣ୍ଡା ବ୍ଳକ ଅନ୍ତର୍ଗତ ଏମ୍ ଭି ୩୬ ଗ୍ରାମ ରେ ପବିତ୍ର ପାରମ୍ପରିକ ପର୍ବ ବାରୋନୀ ମେଳା ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କଲେ ବିଜେଡି ଜିଲ୍ଲା କାର୍ୟ୍ୟକାରି ସଭାପତି। ଦୁର୍ଗା ପ୍ରାସଦ ତ୍ରିପାଠୀ, ବିଜେଡି ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ଉପାଅଧକ୍ଷ ପତିତପାବନ ବୈଦ୍ୟ , ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ତୁଳସୀ ବାଇ ମାଝୀ, ବିଜୁ ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ, ସୁଧାଂଶୁ ବିଶ୍ୱାସ, ଆଇଟି କୋଡ଼ିନେଟର ସୁନିଲ ସାହୁ, ସଦା ମଣ୍ଡଳ, ଦୁଲାଲ ମଣ୍ଡଳ, ଇନ୍ଦୁ ସର୍ଦାର, ପ୍ରମୁଖ। ଏହି କାର୍ୟ୍ୟକ୍ରମ ରେ ଯୋଗଦାନ କରିଥିଲେ। ପ୍ରଥମେ ସ୍ଥାନୀୟ ନେତୃବୃନ୍ଦ ଙ୍କ ଦ୍ଵାରା ସମସ୍ତ ଙ୍କୁ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜେଇ, ଫୁଳ ମାଲ ଦେଇ ସ୍ୱାଗତ କରା ଯାଇଥିଲା। ଏହି ପବିତ୍ର ମେଳା ଅବସରରେ ବହୁ ସଂଖ୍ୟରେ ବରିଷ୍ଟ ଗୁରୁଜନ ମାନେ ଉପସ୍ଥିତ ରହି, ଶ୍ରୀ ଶ୍ରୀ ହରିଚାନ୍ଦ ଗୁରୁଚାନ୍ଦ ଠାକୁରଙ୍କ ଆଶୀର୍ବାଦ ନେବା ସହ ଭକ୍ତିପୂର୍ଣ୍ଣ କାର୍ୟ୍ୟକ୍ରମ ରେ ସାମିଲ କରିଛନ୍ତି।