ବର୍ଷା ଓ ଅନୁଭବ ବିବାହ ବିଚ୍ଛେଦ ମାମଲା

ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା କଲେ କୋର୍ଟ

0

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ମାମଲାରେ ଏକ ନୂଆ ଟ୍ୱିଷ୍ଟ ଆସିଛି। ଉଭୟଙ୍କ ମାମଲାର ଶୁଣାଣି କରି ପରିବାର କୋର୍ଟ ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି। ସୂଚନା ଅନୁସାରେ ବାରମ୍ବାର ତାରିଖ ଧାର୍ଯ୍ୟ ସତ୍ତେ୍ୱ ସାକ୍ଷ୍ୟ ଗ୍ରହଣ ଲାଗି ବର୍ଷା କୋର୍ଟ ଆସୁନଥିଲେ। ସେହିପରି ଅନୁଭବ ମହାନ୍ତି ମଧ୍ୟ ଛାଡପତ୍ର ପିଟିସନରେ ବିବାହ ସ୍ଥାନ ଭୁଲ ଦର୍ଶାଇଥିଲେ। ଏଥିପାଇଁ କୋର୍ଟଙ୍କ ସମୟ ନଷ୍ଟ ସହିତ ବିଳମ୍ବ କରିଥିବାରୁ ଏଥିଲାଗି ଉଭୟଙ୍କୁ ଜୋରିମାନା ଗଣିବାକୁ ପଡିବ। ତେବେ ଉଭୟଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ମଧ୍ୟ କୋର୍ଟ ଗ୍ରହଣ କରିଛନ୍ତି। ସାକ୍ଷ୍ୟ ଗ୍ରହଣ ଲାଗି ବର୍ଷାଙ୍କ ଆବେଦନ ଓ ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ଲାଗି ଅନୁଭବଙ୍କ ଆବେଦନକୁ ମଧ୍ୟ ଗ୍ରହଣ କରାଯାଇଛି। ଖବର ଅନୁସାରେ ପରିବାର ଅଦାଲତରେ ବର୍ଷାଙ୍କ ସାନି ସାକ୍ଷ୍ୟ ଗ୍ରହଣ ଲାଗି ହାଇକୋର୍ଟରେ ବର୍ଷା କରିଥିବା ଆବେଦନର ପ୍ରତ୍ୟାହାର କରିନେଇଥିଲେ। ଉଭୟଙ୍କ ସାକ୍ଷ୍ୟ ଗ୍ରହଣ ଲାଗି ଫ୍ୟାମିଲି କୋର୍ଟରେ ଏକାଧିକ ଦିନ ଧାର୍ଯ୍ୟ ହୋଇଥିଲା। ବର୍ଷା ସାନି ସାକ୍ଷ୍ୟ ଗ୍ରହଣ ପାଇଁ ଆବେଦନ କରିବାରୁ ଏହାକୁ ପରିବାର କୋର୍ଟ ଗ୍ରହଣ କରିନଥିଲେ। ଏହାପରେ ବର୍ଷା ସମାନ ମାମଲା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ୭ ତାରିଖରେ ବର୍ଷା ନିଜର ଆବେଦନକୁ ପ୍ରତ୍ୟାହାର କରିନେଇଥିଲେ।