ଅନୁଭବଙ୍କ ପୈତୃକ ଘର ଚାବି ଫେରାଇଲେ ପତ୍ନୀ ବର୍ଷା

0

କଟକ : ଅନୁଭବଙ୍କ ପୈତୃକ ଘର ଚାବି ଫେରାଇଲେ ପତ୍ନୀ ବର୍ଷା ପ୍ରିୟଦର୍ଶୀନି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୁଘରର ଚାବି ଫେରାଇଲେ ବର୍ଷା । କଟକ ଏସ୍‌ଡିଜେଏମ୍ କୋର୍ଟରେ ଚାବି ଦାଖଲ କଲେ ବର୍ଷା । ପରିବାର ଅଦାଲତରେ ଦ୍ୱିତୀୟ ଦିନରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ କରାଯାଇଛି । ଏବେ କୋର୍ଟରେ ଏହି ଚାବି ରଖାଯାଇଛି । ଖୁବ୍‌ଶୀଘ୍ର ଅନୁଭବଙ୍କୁ ତାଙ୍କ ଘର ଚାବି ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି । ବର୍ଷା ଶାଶୁଘର ଛାଡିବା ପରେ ନିଜ ସହ ଘର ଚାବି ନେଇଯାଇଥିଲେ ।ଏହାକୁ ନେଇ କୋର୍ଟରେ ଅଭିଯୋଗ କରିଥିଲେ ଅନୁଭବ । ଏବେ କୋର୍ଟରେ ଏହି ଚାବି ରଖାଯାଇଛି । ଖୁବ୍‌ଶୀଘ୍ର ଅନୁଭବଙ୍କୁ ତାଙ୍କ ଘର ଚାବି ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।

ଆଜି ପରିବାର କୋର୍ଟରେ ଦୁହିଁଙ୍କର ଶୁଣାଣୀ ଥିଲା । ଏଥିରେ ହାଜର ହୋଇଥିଲେ ଉଭୟ ବର୍ଷା ଓ ଅନୁଭବ । ହେଲେ ଏହା ପୂର୍ବରୁ ବାରମ୍ବାର ତାରିଖ ଘୁଞ୍ଚି ଚାଲିଥିଲେ ବର୍ଷା । ଏହି କଥାକୁ ନେଇ କୋର୍ଟରେ ଅଭିଯୋଗ କରିଥିଲେ ଅନୁଭବ । ବର୍ଷା ଏବେ ନିର୍ବାଚନ ପ୍ରଚାରରେ ମାତିଥିବାବେଳେ କୋର୍ଟର ନିର୍ଦ୍ଦେଶକୁ ଅବମାନନା କରି ହାଜର ହେଉନଥିବା ଅଭିଯୋଗ କରିଥିଲେ ଅନୁଭବ ମହାନ୍ତି । ତେବେ ଦୀର୍ଘ ଦିନ ହେବ ଏହି ମାମଲା ଚାଲି ଆସିଛି । ଓଡ଼ିଶାବାସୀ ମଧ୍ୟ ଚାହିଁ ବସିଛନ୍ତି କେବେ ତୁଟିବ ଓଲିଉଡର ଏହି ସୁପରଷ୍ଟାର ଅନୁଭବ-ବର୍ଷା କଳି |