Reporters Today
ଆମୋଦପ୍ରମୋଦ

ବାଥୂ ମନ୍ଦିରମାଳା

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ହିମାଚଳ ପ୍ରଦେଶ ଅନ୍ତର୍ଗତ କାଁଗଡ଼ାରେ ବାଥୂ ମନ୍ଦିରମାଳା ଅବସ୍ଥିତ । ସ୍ଥାନୀୟ ଭାଷାରେ ଲୋକେ କହନ୍ତି ବାଥୂ କୀ ଲଡ଼ୀ । ସ୍ଥାନୀୟ କିଂମ୍ବଦନ୍ତି ଅନୁଯାୟୀ ପାଣ୍ଡବମାନେ ବାଥୂ ମନ୍ଦିରମାଳା ନିର୍ମାଣ କରିବା ସହ ଶିବଳିଙ୍ଗ ସ୍ଥାପନ କରିଥିଲେ । ପାଣ୍ଡବମାନେ ଏଠାରେ ସ୍ୱର୍ଗକୁ ଏକ ଶିଡ଼ି ବନାଇବାକୁ ଚାହୁଁଥିଲେ । ଇତିହାସର ମନ୍ଦିର ଷଷ୍ଠ ଶତୀଦ୍ଦୀରେ ଗୁଲେରିୟା ଶାସନକାଳୀନ । ୧୯୭୦ରେ ପୋଂଗ ବନ୍ଧ ନିର୍ମାଣ ବେଳେ ଏହି ମନ୍ଦିରମାଳା ମହାରଣା ପ୍ରତାପ ସାଗରରେବ ଡ଼ୁବିଯାଇଥିଲା । ସରକାରୀ ଉପେକ୍ଷା ତଥା ସ୍ଥାନୀୟ ଲୋକେ ଅଶ ଦେଖା କରିବା କାରଣରୁ ଲୁପ୍ତପ୍ରାୟ ହୋଇଯାଇଥିଲା । ତେବେ ପରେ ରକ୍ଷଣବେକ୍ଷଣା ଆରମ୍ଭ କରାଯିବା ସହ ପୁନର୍ବାର ଶିବଲିଙ୍ଗ ସ୍ଥାପନ କରାଯାଇଥିଲା । ବାଥୂ ମନ୍ଦିରମାଳା ବର୍ଷ ତମାମ ପାଣି ଭିତରେ ବୁଡ଼ିରହିଥାଏ । କେବଳ ମେ ଜୁନ୍ରେ ଜଳ ସ୍ତର ହ୍ରାସ ପାଇଲେ ମନ୍ଦିର ନିକଟରେ ପହଞ୍ଚିହୁଏ ।

Related posts

ଏପ୍ରିଲ ୨୯ରେ ବନ୍ଦ ରହିବ ମମସ୍ତ ଫିଲ୍ମର ସ୍କ୍ରିନଂ

Report

ପ୍ରିୟାଙ୍କ ଫିଲ୍ମ ଟିଜର ଆସୁ ଆସୁ ବିବାଦ

Report

ଅଭିପ୍ସାକୁ ୨ ଜାତୀୟ ପୁରସ୍କାର: ଅଭିନେତା ଟି ଶିବାଜୀଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ

Report

Leave a Comment