ଆଜି ଭୁବନେଶ୍ୱରରେ ୫୯୦ କରୋନା ଆକ୍ରାନ୍ତ

0

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ବଢ଼ିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଥିବା ବେଳେ ଆଜି ୫୯୦କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୩୦ ଓ ସ୍ଥାନୀୟ ଅଚଂଳରୁ ୪୬୦ସଂକ୍ରମିତ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ଏ ପର୍ୟ୍ୟନ୍ତ ୩୭ ହଜାର ୭୯୪ ଜଣ ଆକ୍ରାନ୍ତ ହୋଇସାରିଛନ୍ତି।
ଗତକାଲି ୪୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବିଏମ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୧୩୯ ଜଣ ଆକ୍ରାନ୍ତ । ଏଥି ସହିତ କୋଭିଡ-୧୯ରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୪୮୭କୁ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଏବେ ୪୦୩୬ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୫୦ ହୋଇଛି। ସଂଗରୋଧରୁ ଚିହ୍ନଟ ହୋଇଥିବା ୧୩୦ଜଣଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୧୧ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ସେହିଭଳି ସ୍ଥାନୀୟ ଅଚଂଳରୁ ଚିହ୍ନଟ ହୋଇଥିବା ୪୬୦ଜଣଙ୍କ ମଧ୍ୟରୁ ନିଉ ଏଜି କଲୋନୀର ସର୍ବାଧିକ ୨୫ଜଣ ରହିଛନ୍ତି।