Reporters Today
  • Home
  • ଭାରତ
  • ୬୨ କ୍ଷୁଦ୍ର ବାସୋପଯୋଗୀ ସହର ତାଲିକାରେ ଭୁବନେଶ୍ୱର ୨ୟ
ଭାରତ

୬୨ କ୍ଷୁଦ୍ର ବାସୋପଯୋଗୀ ସହର ତାଲିକାରେ ଭୁବନେଶ୍ୱର ୨ୟ

ନୂଆଦିଲ୍ଲୀ: ଦେଶର ବାସୋପଯୋଗୀ (ଇଜ୍ ଅଫ ଲିଭିଙ୍ଗ) ସହର ତାଲିକା ଗୁରୁବାର କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ବର୍ଷ ପାଇଁ ପ୍ରକାଶ ପାଇଛି। ପ୍ରକାଶିତ ତାଲିକା ଅନୁଯାୟୀ ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୪୯ଟି ବଡ ସହର ମଧ୍ୟରେ ବେଙ୍ଗାଲୁରୁ ଓ ୧୦ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ୬୨ଟି କ୍ଷୁଦ୍ର ସହର ମଧ୍ୟରେ ସିମ୍‌ଲା ସବୁଠାରୁ ବାସପୋଯୋଗୀ ସହର । କ୍ଷୁଦ୍ର ସହର ଶ୍ରେଣୀରେ ସ୍ମାର୍ଟ ସିଟି ଭୁବନେଶ୍ବର ଦ୍ବିତୀୟ ଶ୍ରେଷ୍ଠ ବାସପୋଯୋଗୀ ସହର ବିବେଚିତ ହୋଇଛି।
ସେହିପରି ରାଉରକେଲା ସହର ଏହି ତାଲିକାର ୫୬ତମ ସ୍ଥାନରେ ରହିଛି। ସ୍ଥାନୀୟ ପୌର ପ୍ରଶାସନର କାର୍ଯ୍ୟ ଉପରେ ଭୁବନେଶ୍ବରବାସୀ ସନ୍ତୁଷ୍ଟ ଥିବା ସର୍ଭେରୁ ଜଣାଯାଇଛି। ଏହି ବର୍ଗରେ ଭୁବନେଶ୍ବର ସହର ଶୀର୍ଷରେ ରହିଛି। ବଡ ସହରର ବାସପୋଯୋଗୀ ତାଲିକାର ଦ୍ବିତୀୟରେ ପୁଣେ ଓ ତୃତୀୟରେ ଅହମ୍ମଦାବାଦ ରହିଛି। ସେହିପରି କ୍ଷୁଦ୍ର ସହର ମଧ୍ୟରେ ସିଲଭାସା, କାକିନାଡା ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି। ଦେଶର ବଡ ୧୦ଟି ମ୍ୟୁନିସିପାଲଟି ମଧ୍ୟରେ ଇନ୍ଦୋର ସର୍ବାଗ୍ରେ ରହିଥିବା ବେଳେ ଦ୍ବିତୀୟରେ ସୁରତ ଓ ତୃତୀୟରେ ଭୋପାଳ ରହିଛି।

 

Related posts

ଭୂକମ୍ପ ଝଟକାରେ ଥରିଲା ରାଜଧାନୀ ଦିଲ୍ଲୀ

Report

ନୃତ୍ୟଶିଳ୍ପୀଙ୍କୁ ଗୁଳିମାଡ

Report

କାଲକା-ହାୱାଡ଼ା ଏକ୍ସପ୍ରେସରେ ଅଗ୍ନିକାଣ୍ଡ

Report

Leave a Comment