ବଦଳିପାରନ୍ତି ବିସିସିଆଇ ସଭାପତି

0

 

ବ୍ୟୁରୋ:ସୈ÷ାରଭ ଗାଙ୍ଗୁଲି ପରେ ରୋଜର୍ ବିନିଙ୍କୁ ମିଳିପାରେ ବିସିସିଆଇ ସଭାପତି ପଦ । ଏ ନେଇ କ୍ରୀଡାବିତଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ଏ ନେଇ ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲିଠାରୁ ନାମାଙ୍କନ ଦାଖଲ ପ୍ରକିୟା ଆରମ୍ଭ ହୋଇ ୧୪ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ପତ୍ର ତାଲିକା ପ୍ରକାଶ ପାଇବ । ପରେ ଅକ୍ଟୋବର ୧୮ ରେ ଏ ନେଇ ମତାମତ ଗ୍ରହଣ କରାଯିବ । ଚର୍ଚ୍ଚା ହେଉଛି କି ଅନେକ ବୋର୍ଡ ବିନିଙ୍କୁ ସମର୍ଥନ ଜଣାଇଛନ୍ତି । ସେହି ଆଧାରରେ ବିନି ହୋଇପାରନ୍ତି ଆଗାମୀ ବିସିସିଆଇ ସଭାପତି । ବିନି ଜଣେ ବୋଲିଂ ଅଲରାଉଣ୍ଡର ଭାବେ ବିସିସିଆଇ ତରଫରୁ ଅନେକ ମ୍ୟାଚ ଖେଳିଛନ୍ତି । ବହୁ ଗୁରୁତ୍ୁପୂୂୂୂୂୂୂୂୂୂୂୂର୍ଣ୍ଣ ମ୍ୟାଚ ଖେଳି ଭାରତକୁ ଅନେକ ସଫଳତା ଦେଇଛନ୍ତି । ଜଣେ ସୁପ୍ରସିଦ୍ଧ କ୍ରିକେଟର ଭାବେ ବିଶ୍ୁ କ୍ରିକେଟ ଦରବାରରେ ଖ୍ୟାତି ଅର୍ଜନ କରିଛନ୍ତି । ସେହିପରି ଏଥର ବି ଜୟ ଶାହା ବିସିସିଆଇର ସମ୍ପାଦକ ଭାବେ ନର୍ବାଚନ ଲଢିବେ । ତେବେ ସେପଟେ ଅନେକ କ୍ରୀଡା ବିତ୍ କହିଛନ୍ତି ଜୟ ଶାହା ଭଳି ହାଇପ୍ରୋଫାଇଲ ଫେସ ଥାଉ ଥାଉ କେବେ ବି ଏହା ସମ୍ଭବ ହୋଇପାରିବନି । ଏମିତି ରେ ଦେଖିବାକୁ ଗଲେ ବିସିସିଆଇକୁ ଅନେକ ସାହାର୍ଯ୍ୟ ଓ ସହେଯାଗ କରିଛନ୍ତି ଶାହା ତେବେ ବାଜି କୈ÷ଣସି ମୁହୁର୍ତ୍ତରେ ବି ବଦଳିପାରେ ।