ଝରୀଗାଁରେ ପୁଣି ଭାଲୁ ଆତଙ୍କ

0

ଝରୀଗାଁ : ଝରୀଗାଁରେ ପୁଣି ଭାଲୁ ଆତଙ୍କ | ଝରୀଗାଁ ବ୍ଲକ କୂଟ୍ରିଛାପର ଗ୍ରାମପଂଚାୟତ ଅନ୍ତର୍ଗତ ସରୀପଡା ଠାରେ ଭାଲୁ ଆକ୍ରମଣର ଶିକାର ହୋଇ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡିଛି | ଗୁରୁତର ଅବସ୍ଥାରେ ତାଙ୍କୁ 108 ଆମ୍ବୁଲାନ୍ସରେ ଅଣାଯାଇ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ସୂଚନା ଅନୁଯାଇ ବୃଦ୍ଧ ଜଣକ ହେଉଛନ୍ତି ସରୀପଡା ନିବାସୀ ବିଶ୍ୱେଶର ଧାରୁଆ | ବୟସ 60ରୁ ଉର୍ଦ୍ଧ | ତେବେ ଆଜି ସକାଳ ନଅଟା ବେଳେ ଛେଳି ଚରେଇବା ଲାଗି ପିଜୁଳି ବଗିଚାକୁ ଯାଇଥିଲେ | ହେଲେ ହଟାତ ମକା ବାଡ଼ି ଆଡୁ ଭାଲୁଟି ଦଉଡିଆସି ଆକ୍ରମଣ କରିଦେଇଲା |

ଆକ୍ରମଣରେ ବୃଦ୍ଧଙ୍କର ଡାହାଣହାତର ପାପୁଲି ସହ ଆଙ୍ଗୁଠି ଗୁଡିକ ଛିଣ୍ଡିଯାଇଥିବା ବେଳେ ବୃଦ୍ଧ ଜଣକ ଗୁରୁତର ହୋଇପଡିଛନ୍ତି l ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରି 108 ଜରିଆରେ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଆସିଥିଲେ | ତେବେ ବର୍ତମାନ ଚିକତ୍ସା ପରେ ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ଠିକ ଥିବା ନେଇ ଡାକ୍ତର ସନ୍ତୋଷ ପ୍ରଧାନ ସୂଚନା ଦେଇଛନ୍ତି | ତେବେ ଘଟଣା ସ୍ଥଳରେ ଉପସ୍ଥିତ ଲୋକେ ପାଟିତୁଣ୍ଡ କରିବା ପରେ ଭାଲୁଟି ବୃଦ୍ଧଙ୍କୁ ଛାଡି ସେଇ ମକା ବାଡ଼ି ଭିତରେ ପୁଣି ପଶିଯାଇଥିଲା | ଯାହାକୁ ନେଇ ବର୍ତମାନ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି |