ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ମାରପିଟ

0

ଭୁବନେଶ୍ୱର (ସରୋଜ ): ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ବେଳେ ଉଭୟଙ୍କ ପକ୍ଷରୁ  ଜଣେ ଲେଖାଏଁ ଆହତ ହୋଇଛନ୍ତି | ତେବେ ଏମିତି ଏକ ଘଟଣା ଘଟିଛି ମଂଚେଶ୍ୱର ଥାନା ଅଧୀନ ପଳାଶୁଣୀ ଅଂଚଳରେ ରାଜୁ ପ୍ରଧାନ ନାମକ ଜଣେ ଯୁବକଙ୍କୁ ସୋସିଆଲ ମିଡିଆରେ ଅପପ୍ରଚାର କରିବା ନେଇ ସେ ପଚାରିବାରୁ ଚଗଲା ସାହୁ ନାମକ ଜଣେ ଯୁବକ ତାଙ୍କୁ ପ୍ରଥମେ ଆକ୍ରମଣ କରୁଥିଲେ |

ରାଜୁ ଏହାକୁ ବିରୋଧ କରିବାରୁ ଚଗଲା ଏବଂ ତାଙ୍କର ଭାଇ ଉଭୟ ମିଶି ରାଜୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ | ଏନେଇ ଜୀବନ ବିକଳରେ ରାଜୁ ଘରକୁ ଦୌଡ଼ିଓ ଯାଇଥିଲେ | ଯେତେବେଳେ ଚଗଲା ଓ ତାଙ୍କ ଭାଇ ରାଜୁଙ୍କୁ ଆକ୍ରମଣ କରିବାକୁ ତାଙ୍କ ଘରେ ପସିଯାଇଥିଲେ ସେତେବେଳେ ରାଜୁ ଜୀବନ ବଂଚେଇବାକୁ ଯାଇ ଉଭୟଙ୍କୁ  କରିଥିଲେ | ଯେଉଁଥିରେ ଚଗଲା ର ବଡଭାଇ ଆହତ ହୋଇଥିଲେ | ତେବେ  ଉଭୟ ଗୋଷ୍ଠୀ ପକ୍ଷରୁ  ମଂଚେଶ୍ୱର ଥାନାରେ ଏନେଇ ଅଭିଯୋଗ ହୋଇଛି |