ଠିକାଦାର ମାଲେ ମାଲ; ଦୁଃଖ ଭୋଗୁଛି ଚାଷୀ

0

 ବରଗଡ (ଚିତ୍ତରଞ୍ଜନ ସାହୁ):- ବରଗଡ଼ ଜିଲ୍ଲା ରାଇସଲପଦର ଗ୍ରାମରେ ଚାଷୀଙ୍କ ପାଇଁ ସରକାର ଦୁଇ ଗୋଟି ଉଠାଜଳ ସେଚନ ପ୍ରଦାନ କରିଛନ୍ତି । ତେବେ ଏହି କାର୍ୟ୍ୟକୁ ପଦ୍ମପୁର ଠିକାଦାର ସରକାରି କାର୍ୟ୍ୟାଳୟରେ ଫିଟର ଭାବେ କାର୍ୟ୍ୟରତ ଥିବା ଶେଷଦେବ ମେହେର ଏହି କାମକୁ ହାତକୁ ନେଇଥିଲେ । ହେଲେ ନିର୍ମାଣର ଛଅ ମାସ ପରେ ପାଣି ଆସୁଥିବା ପାଇପ ଭାଙ୍ଗି ଯିବା ପରେ ଚାଷୀ ମାନେ ପୁଣି ସଜାଡି ଥିଲେ । ଏମିତି ବାରମ୍ବାର ଭାଙ୍ଗିବା ଜାରି ରହିଛି, ଯାହା ଫଳରେ ଚାଷୀ ହଇରାଣ ହେବା ସହ ପ୍ରାୟ ଶହେ ଏକର ଜମି ବର୍ତ୍ତମାନ ପଡିଆ ରହିଛି । ତିନି ବର୍ଷରେ ୧୮ ଥର ଏହାକୁ  ସଜାଡିବାକୁ ପଡ଼ିଛି ସେପଟେ ଅନେକ ସରକାରୀ କର୍ମଚାରୀ ପ୍ରତିଶ୍ରୁତି ଦେଇଛନ୍ତି ହେଲେ ସେ ସବୁ କେବଳ ପ୍ରତିଶ୍ରୁତିରେ ରହିଯାଇଛି । ବର୍ତ୍ତମାନ ସାତ ଦିନ ଭିତରେ କାର୍ୟ୍ୟକାରୀ ନ ହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।