ଓଡିଶା

ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ବିଜେଡି ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ। ଆଜି ସକାଳେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ସେ ୮୨ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ଗତକିଛି ଦିନ ଧରି ସେ ଅସୁସ୍ଥ ଥିଲେ। ପାଟକୁରା ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ ବେଦପ୍ରକାଶ। ପୂର୍ବରୁ ପାଟକୁରାରୁ ଦୁଇ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସମୁଦାୟ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବେଦପ୍ରକାଶ। ସେ ପାଟକୁରାରୁ ୨୦୦୯ ଏବଂ ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କେନ୍ଦ୍ରାପଡ଼ା ଆସନରୁ ୪ଥର ଓ ପାଟକୁରା ଆସନରୁ ୨ଥର ନିର୍ବାଚିତ ହୋଇଥିଲେ। ଏହାସହ ରାଜ୍ୟ ଅର୍ଥମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ବ ତୁଲାଇଥିଲେ ।

Related posts

କଟକ ବେହେରା ସାହିରୁ ୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

Report

ଗାନ୍ଧୀ ଜୟନ୍ତୀ ଅବସରରେ ଦାଣ୍ଡବୋଷ ଗାଁରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

Report

କଣିହାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କାର୍ୟ୍ୟକ୍ରମ

Report

Leave a Comment