ବିଶ୍ୱ ମଧୁମକ୍ଷିକା ଦିବସ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଜାତି ସଂଘର ଅନୁମୋଦନକ୍ରମେ ୨୦୧୮ରୁ ପ୍ରତି ବର୍ଷ ମେ ୨୦ରେ ପାଳନ କରାଯାଉଛି ବିଶ୍ୱ ମଧୁମକ୍ଷିକା ଦିବସ । ଏଥି ପାଇଁ ୨୦୧୭ରେ ସଦସ୍ୟ ରାଷ୍ଟ୍ର ସ୍ଲୋଭାନିୟା ପକ୍ଷରୁ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା । ଏହା ସ୍କୋଭାନିଆନ୍ ଚିତ୍ରଶିଳ୍ପ ତଥା ମହୁଚାଷୀ ଆନ୍ଟନ୍ ଜାନସାଙ୍କ ଜନ୍ମ ଦିବସ । ୧୭୩୪ ମେ ଏହି ଦିନରେ ସେ ଜନ୍ମ ହୋଇଥିଲେ । ତାଙ୍କୁ ବିଶ୍ୱର ପ୍ରଥମ ଆଧୁନିକ ମହୁଚାଷୀ ତଥା ମହୁମାଛି ପାଳକ ଭାବେ ଗ୍ରହଣ କରାଯାଇଛି । ମହୁମାଛି ଏକ ଅତି ଉପକାରୀ କୀଟ । ଏହା ବିନା ପରିବେଶ ନଷ୍ଟ ହୋଇଯିବ । ପୁଣି ପରିବେଶ ନଷ୍ଟ ହୋଇଗଲେ ମହୁମାଛି ବି ରହିବେନାହିଁ । ଏଣୁ ଏ ବାବଦରେ ସଚେତନତା ସଷ୍ଟି କରିବା । ଏହି ଦିନର ଲକ୍ଷ୍ୟ । ମହୁମାଛିମାନେ ଅଧ କିଲୋ ଓଜନର ମହୁ ତିଆରିକରିବାକୁ କୋଡ଼ିଏ ଲକ୍ଷ ଫୁଲକୁ ମଧୁ ସଂଗ୍ରହ କରନ୍ତି । ଗୋଟିଏ ମାଈ ମହୂୁମାଛି ନିଜଜୀବନ କାଳରେ ମାତ୍ର ଏକରୁ ଦେଢ ଚାହା ଚାମଚ ମହୁ ବନାଇଥାଏ । ଅଣ୍ଡିରା ମହୁମାଛି ମଧୁ ସଂଗ୍ରହ କରେ ନାହିଁ । ରାଣୀ ମାହୁମାଛି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ ଏବଂ ଥରକରେ ପଚିଶ ଶହ ପର୍ଯ୍ୟନ୍ତ ଡ଼ିମ୍ବ ଦିଏ । ଗୋଟିଏ ଗୋଟିଏ ଦଳରେ କୋଡ଼ିଏରୁ ଷାଠିଏ ହଜାର ମହୁମାଛି ବାସକରନ୍ତି । ମହୁମାଛି ଏକ ମାତ୍ର କୀଟ ଯାହାର ଉତ୍ପାଦ ମଣିଷର ଖାଦ୍ୟ ।