ଗଛ ଉପରେ ଭାଲୁ ,ଆତଙ୍କିତ ସ୍ଥାନୀୟ ଲୋକ

ଖାଦ୍ୟ ଅନ୍ଵେଷଣରେ ଦିନକୁ ଦିନ ଗାଁ ମୁହାଁ ହେଉଛନ୍ତି ଭାଲୁ।

0

(ଉମରକୋଟ) : ଖାଦ୍ୟ ଅନ୍ଵେଷଣରେ ଦିନକୁ ଦିନ ଗାଁ ମୁହାଁ ହେଉଛନ୍ତି ଭାଲୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତର ନାୟକଗୁଡ଼ା ୟୁଭି ୧୧ ଗ୍ରାମରେ। ତେବେ ଖବର ପାଇ ବନ ବିଭାଗ ଭାଲୁଟିକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଭାଲୁଟି ଗଛ ଉପରେ ବସି ରହିଛି।

ସୂଚନାନୁଯାୟୀ ,ଗ୍ରାମବାସୀମାନେ ଭାଲୁଟିକୁ ଟେକା ପଥର ମାରିବାରୁ ଭାଲୁଟି ଭୟରେ ନିକଟସ୍ଥ ଏକ ନିମ୍ଵ ଗଛ ଉପରକୁ ଚଢି ଯାଇଛି। ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଖୁବ୍ ଶୀଘ୍ର ଭାଲୁକୁ ଜଙ୍ଗଲ ମଧ୍ୟକୁ ଘଉଡାଇବା ପାଇଁ ସ୍ଥାନୀୟ ବାସୀ ଦାବି କରିଛନ୍ତି ।