ବାଇକରୁ ୨ ଜଣକୁ ଝାମ୍ପି ନେଲା ଭାଲୁ , ଉଭୟ ଗୁରୁତର

ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧିନ ଗୋପ ଅଂଚଳରେ ଭାଲୁ ଆତଙ୍କ। ଗୋଟିଏ ନୁହେଁ ବରଂ ଦୁଇଟି ଭାଲୁ ଏକ ବାଇକ ଆରୋହି ଉପରକୁ ଲମ୍ଫ ପ୍ରଦାନ କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

0

(ବାଲେଶ୍ଵର) : ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧିନ ଗୋପ ଅଂଚଳରେ ଭାଲୁ ଆତଙ୍କ। ଗୋଟିଏ ନୁହେଁ ବରଂ ଦୁଇଟି ଭାଲୁ ଏକ ବାଇକ ଆରୋହି ଉପରକୁ ଲମ୍ଫ ପ୍ରଦାନ କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ , ଔପଦା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଂଚାୟତ ଅଧିନ ଜୁରିଆପାଟଣା ଗାଁ ର ରମେଶ ମଲିକ(୩୫) ନାମକ ଯୁବକ ପାଟପୁର ଅଞ୍ଚଳକୁ କାମପାଇଁ ସନ୍ଧାନରେ ଏକ ବାଇକରେ ଯାଉଥିଲେ । ବାଇକ ପଛରେ ତାଙ୍କ ପୁତୁରାକୁ ମଧ୍ୟ ବସାଇଥିଲେ। ହଠାତ ଗୋପ ଛକ ନିକଟରେ ଦୁଇଟି ଭାଲୁ ବାଇକରୁ ଝାମ୍ପି ନେଇଥିଲେ। ପୁତୁରା ଛିଟିକି ରାସ୍ତା ତଳକୁ ପଡିଥିବା ବେଳେ ଭାଲୁ ଦୁଇଟି ତାଙ୍କୁ ଆତର୍କିତ ଆକ୍ରମଣ କରିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଦୌଡ଼ି ଆସିବାରୁ ଭାଲୁ ଦୁଇଟି ଦେବଗିରି ପାହାଡ଼କୁ ପଳାଇ ଯାଇଥିଲେ। ଆହତଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତି କରାଯାଇଛି।