ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶ ଦାତାଙ୍କ ବେଗୁନିଆପଡା ବ୍ଲକ ଗସ୍ତ

0

ଗଞ୍ଜାମ:ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶ ଦାତା  ଶ୍ରୀ ଉପେନ୍ଦ୍ର କୁମାର ମିଶ୍ର ବେଗୁନିଆପଡା ବ୍ଲକର କେତେକ ଶିକ୍ଷା କେନ୍ଦ୍ର ଗସ୍ତ କରିଛନ୍ତି । ତାଙ୍କ ସହ , ଗଞ୍ଜାମ ଶିକ୍ଷା ଅଧିକାରୀ ବନ୍ଦିତା ସେନାପତି, ବେଗୁନିଆପଡା ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର ପ୍ରମୁଖ ବେଗୁନିଆପଡା ବ୍ଲକର କୋଦଳା ଲଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ, ମାଣିକେଶ୍ବର ବିଦ୍ୟାପୀଠ ଫାସି,ସରକାରୀ ପ୍ରାଥମିକ ବିଦ୍ୟାଳୟ ଲାଠୁଳି ପରିଦର୍ଶନ କରିବା ସହିତ ଅପରାହ୍ନରେ ସ୍ୱତନ୍ତ୍ର ଶିକ୍ଷକ ମହାବିଦ୍ୟାଳୟ (ସ୍ୱତନ୍ତ୍ର ବି. ଏଡ଼ କଲେଜ ସମେତ ଏଠିକାର ମାନସିକ ଅନଗ୍ରସର ନିମନ୍ତେ ପ୍ରତିଷ୍ଠିତ ସ୍ୱତନ୍ତ୍ର ସ୍କୁଲ ପରିଦର୍ଶନ କରିଥିଲେ  । ସ୍ୱତନ୍ତ୍ର କଲେଜର ପାଠାଗାର, ଶ୍ରେଣୀଗୃହ, ଉପଚାର କକ୍ଷ୍ୟ, ମନୋବିଜ୍ଞାନ ଲାବ, କମ୍ପ୍ୟୁଟର ଲାବ,ଛାତ୍ରୀନିବାସ, ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କ ସହିତ କିଛି ସମୟ ଅତିବାହିତ କରି କରିବା ସହିତ କଲେଜର ଅଧକ୍ଷ୍ୟ ଶ୍ରୀ ବିଭୁତି ଭୂଷଣ ମହାପାତ୍ର, ଅଧ୍ୟାପକ /ଅଧ୍ୟାପିକା, ଶିକ୍ଷକ /ଶିକ୍ଷୟିତ୍ରୀ ଓ କଲେଜ କର୍ମଚାରୀଙ୍କ ସହିତ ସ୍ୱତନ୍ତ୍ର ଶିକ୍ଷାର ପ୍ରତିଷ୍ଠା ଓ ସ୍ୱୀକୃତି ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସ୍ୱତନ୍ତ୍ର ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଶ୍ରୀଯୁକ୍ତ ମିଶ୍ର ଓ ଅନ୍ୟ ସାଥି ମାନଙ୍କ ସହିତ ନିଜ ଭାଷାରେ ଭାବ ବିନିମୟ କରି ଖୁସି ହୋଇଥିଲେ  ।