ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ ; ୭ ଜଣ ପୋଲିସ ଅଫିସରଙ୍କୁ ନିଲମ୍ବନ

0

ବେଗୁସରାଇ: ବିହାରର ବେଗୁସରାଇରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ରାସ୍ତା ଉପରେ ଚାଲୁଥିବା ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ମାଡକରିଥିଲେ | ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏହି ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ତେବେ କାହିଁକି ଓ କେଉଁ କାରଣରୁ ଏହି ଗୁଳିମାଡ ହୋଇଥିବା ଜଣାପଡିନାହିଁ | ଏହି ଘଟଣାରେ ୭ ଜଣ ପୋଲିସ ଅଫିସରଙ୍କୁ ନିଲମ୍ବନ କରାଯାଇଛି । କାରଣ ଘଟଣାର ୧୮ ଘଣ୍ଟା ପରେ ବି ପୋଲିସ ହାତ ଖାଲିପଡ଼ିଛି । ଜିଲ୍ଲାର ସୀମା ସିଲ କରି ସାଇକୋ କିଲରଙ୍କୁ ଖୋଜୁଛି ପୋଲିସ । ସେପଟେ ଏହି ଗୁଳିମାଡ ଘଟଣାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

କିଛି ଦିନ ତଳେ ଆମେରିକାରେ ଅଜଣା ଆତତାୟୀର ଆଖିବୁଜା ଗୁଳିମାଡ ଦେଖିବାକୁ ମିଳିଥିଲା । ଆମେରିକାର ଏହି ଟ୍ରେଣ୍ଡ ଏବେ ଦେଖିବାକୁ ମିଳିଛି ବିହାରର ବେଗୁସରାଇରେ। ସ୍ଥାନୀୟ ପୋଲିସ୍ ଏସପିଙ୍କ କହିବା ଅନୁସାରେ, ଦୁଇ ଦୁର୍ବୃତ ଜାତୀୟ ରାଜପଥ ୩୧ ଓ ୨୮ରେ ପ୍ରାୟ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ତେଘରା ଉପଖଣ୍ଡର ୨୮ ନମ୍ବର ଜାତୀୟ ରାଜପଥର ୩ଟି ସ୍ଥାନରେ ଗୁଳିମାଡ଼ ହୋଇଛି ।