ଶ୍ୱଶୁର ହୋଇ ନିଭାଇଲେ ବାପାର କର୍ତ୍ତବ୍ୟ; ବିଧବା ବୋହୂକୁ ପୁଅର ସାଙ୍ଗ ସହ ବିବାହ କରାଇଲେ

0

ପଶ୍ଚିମବଙ୍ଗ: କଥାରେ ଅଛି ଶ୍ୱଶୁର ବାପା ସମାନ ଅଟନ୍ତି । କିନ୍ତୁ ଏହି କଥାଟା ଖୁବ୍ କମ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଏହି କଥାଟି ସତ କରି ଦେଖାଇଛନ୍ତି ଜଣେ ବ୍ୟକ୍ତି । ସେହି ବ୍ୟକ୍ତି ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଆସେନ ସୋଲ ଜିଲ୍ଳା ଜାମୁରିଆରର କିଶୋର ଚାଟୋପାଧ୍ୟାୟ । କିଛି ବର୍ଷ ତଳେ କିଶୋର ଚାଟାର୍ଜୀ ତାଙ୍କ ପୁଅ ଇନ୍ଦଜିତିଙ୍କ ବିବାହ କରାଇଥିଲେ ।ବିବାହର ଦୁଇ ବର୍ଷ ପରେ ସାପ କାମୁଡାରେ ତାଙ୍କ ପୁଅ ଇନ୍ଦ୍ରଜିତଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଚାଟୋପାଧ୍ୟାୟ ଭବିଷ୍ୟତ ବିଷୟରେ ଚିନ୍ତା କରି ତାଙ୍କ ବୋହୂଙ୍କ ବିବାହ କରାଇବାକୁ ଚିନ୍ତା କରିଥିଲେ । ପରବର୍ତ୍ତୀ ସମୟରେ ଶଶ୍ୱର କିଶୋର ଚାଟାର୍ଜୀ ବିବାହ ପ୍ରସ୍ତାବ ଖୋଜିବାକୁ ଆରମ୍ଭ କରିଥିଲେ ।

ସୂଚନାମୁତାବକ, କିଶୋର ତାଙ୍କ ପୁତ୍ର ଇନ୍ଦ୍ରଜିତଙ୍କର ସାଙ୍ଗ ସହ ବୋହୂକୁ ବିବାହ କରାଇବାକୁ ସ୍ଥିର କରିଥିଲେ । ତେବେ ଶେଷରେ ବୋହୂ ପୂଜା ଚାଟାର୍ଜୀ ଙ୍କୁ ପ୍ରଭାତ ଫାଉଜର୍ ସହ ବିବାହ କରାଇଛନ୍ତି । ଗତକାଲି ତଥା ଶୁକ୍ରବାର ଦିନ ଉଭୟ ପରିବାରଙ୍କ ଉପସ୍ଥିତିରେ ଆସାନସୋଲର ଏକ ମନ୍ଦିରରେ ପୂଜା-ପ୍ରଭାସଙ୍କ ବିବାହ ଅନୁଷ୍ଠିତ ହୋଇଥିଲା ।ତେବେ ଏହି ବିବାହ ଉତ୍ସବରେ ଉପସ୍ଥିତ ଥିବା ସ୍ଥାନୀୟ ବାସିନ୍ଦା ବିଶ୍ୱନାଥ ସାଙ୍ଗୁଇ ଏବଂ ପଞ୍ଚାୟତ ସଦସ୍ୟ ଅମିତ କୁମାର ଚକ୍ରବର୍ତ୍ତୀ ଶ୍ୱଶୁର କିଶୋରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ତେବେ ସାଙ୍ଗର ବିଧାବା ପତ୍ନୀଙ୍କୁ ବିବାହ କରି ଥିବା ପ୍ରଭାସ କହିଛନ୍ତି ଯେ, ଏହି ପ୍ରସ୍ତାବ ମୋ ପାଖକୁ ଆସିବା ମାତ୍ରେ ମୁଁ ରାଜି ହୋଇଥିଲି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ପୂଜାଙ୍କ ସହ ତାଙ୍କ ପୁରା ପରିବାରର ଦାୟିତ ୍ୱ ନେଇଛନ୍ତି । ସମସ୍ତଙ୍କୁ ଭଲରେ ରଖିବାକୁ ଚେଷ୍ଟା କରିବେ ବୋଲି ପ୍ରଭାସ କହିଛନ୍ତି ।