ନୂଆଦିଲ୍ଲୀ: ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦି ସରକାରଙ୍କ ଦ୍ୱତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ । ୨୦୨୪ ରେ ସାଧାରଣ ନିର୍ବାଚନ ଥିବାରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ । ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ନୂଆ ଆୟକର ବ୍ୟବସ୍ଥା ଘୋଷଣା କରିଛନ୍ତି । ଏକ ଘଣ୍ଟା ୨୯ ମିନିଟ ଧରି ଚାଲିଥିବା ଏହି ବଜେଟ ଅଭିଭାଷଣରେ ସେ କହିଥିଲ ଦେଖୋ ଆପନା ଦେଶର ଉଦ୍ଦେଶ୍ୟ ପୂରା କରିବା ପାଇଁ ପର୍ଯ୍ୟଟନ ଏବଂ କୌଶଳ ବିକାଶ ମଧ୍ୟରେ ତାଳମେଳ ରଖିବାର ଆବଶ୍ୟକତା ରହିଛି । ଏହି ଯୋଜନାରେ ପର୍ୟ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ପାଖପାଖି ୫୦ ପର୍ୟ୍ୟଟନସ୍ଥଳକୁ ଅଗ୍ରାଧିକାର ଦିଆଯାଇଛି । ଦେଖୋ ଆପନା ଦେଶ ଯୋଜନାରେ ପର୍ଯ୍ୟଟକ ହୋଟେଲର ଭଡା, ଯାତ୍ରା ଏବଂ ପ୍ରବେଶ ଶୁଳ୍କରେ ଅନେକ ରିହାତି ପାଇପାରିବେ । ଏହା ଛଡା ସେମାନଙ୍କୁ ବିତ୍ତୀୟ ସହାୟତା ମଧ୍ୟ ଦେବା ପାଇଁ ଉଦ୍ୟମ କରାଯାଉଛି । ଯେଉଁମାନେ ଦୂରଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯିବ । ସେ ଆହୁରୀ ମଧ୍ୟ କହିଛନ୍ତି କିପର୍ୟ୍ୟଟନ କ୍ଷେତ୍ରକୁ ଆଗ୍ରାଧିକାର ଦେବା ପାଇଁ ସ୍ୱଦେଶ ଦର୍ଶନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାଛଡା ଭାଇବ୍ରେଣ୍ଟ ଭିଲେଜ ପ୍ରୋଗ୍ରାମ ଜରିଆରେ ସୀମାବର୍ତ୍ତୀ ଗାଁରେ ପର୍ୟ୍ୟଟନର ବୁନିଆଦୀ ଢାଞ୍ଚା ଏବଂ ସୁବିଧାକୁ ସୁଗମ କରିବା ପାଇଁ ଯୋଜନା ହେଉଛି ।