Reporters Today
  • Home
  • ଓଡିଶା
  • ପ୍ରସିଦ୍ଧ ମା’ ବୁଢ଼ି ଠାକୁରାଣୀ ଯାତ୍ରା, ଲାଗୁ ହୋଇପାରେ ୧୪୪ ଧାରା
ଓଡିଶା

ପ୍ରସିଦ୍ଧ ମା’ ବୁଢ଼ି ଠାକୁରାଣୀ ଯାତ୍ରା, ଲାଗୁ ହୋଇପାରେ ୧୪୪ ଧାରା

(ବ୍ରହ୍ମପୁର): ଦିନକ ପରେ ପ୍ରସିଦ୍ଧ ମା’ ବୁଢ଼ି ଠାକୁରାଣୀ ଯାତ୍ରା । ୯ ତାରିଖ ଶୁକ୍ରବାର ମଧ୍ୟରାତ୍ରିରେ ଠାକୁରାଣୀଙ୍କୁ ଆମନ୍ତ୍ରଣ ହେବେ । ବ୍ରହ୍ମପୁର ସହରର ର ଏହା ଏକ ବଡ଼ ପରମ୍ପରା ହେଉଥିବାରୁ ଲକ୍ଷାଧିକ ଲୋକେ ସାମିଲ ହୋଇଥାନ୍ତି । ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ବୃଦ୍ଧି ପାଇଥିବାରୁ ସୁରକ୍ଷା ଦୃଷ୍ଟିରୁ ସହରକୁ ୧୪୪ ଧାରା ଲାଗୁ କରିବାକୁ ଆବେଦନ କରାଯିବ ବୋଲି କହିଛନ୍ତି ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି । ଗୋସାଇଁନୂଆଗାଁ କାଳୁଆ ଯାତ୍ରା ଭଳି ମା’ ବୁଢ଼ି ଠାକୁରାଣୀ ଯାତ୍ରା କରିବାକୁ ଯୋଜନା ରହିଥିବା ସେ ସୂଚାଇଛନ୍ତି ।
ଶାନ୍ତିପୂର୍ଣ୍ଣ ଯାତ୍ରା ପରିଚାଳନା କରିବାକୁ ବୁଧବାର ଅପରାହ୍ନରେ ବିଏମ୍‌ସି ସମ୍ମିଳନୀ କକ୍ଷରେ ପୁଲିସ- ବିଏମ୍‌ସି- ଯାତ୍ରା ଆୟୋଜକଙ୍କ ସମନ୍ୱୟ ବୈଠକ ହୋଇଥିଲା । ଯାତ୍ରାରେ ପୂଜା ମନା କରାଯିବା ସହ ପରିଚାଳନା ପାଇଁ ସମସ୍ତ ବିଭାଗର ସହଯୋଗ ଲୋଡ଼ାଯାଇଥିଲା । ପ୍ରବେଶ ଓ ପ୍ରସ୍ଥାନ ଦୁଇ ଦ୍ୱାର ରହିବ । କମ୍ ସଂଖ୍ୟକ ଭକ୍ତ ଦର୍ଶନ କରିବେ। ପୂଜା, ଦୀପ, ଧୂପ ଓ ପ୍ରସାଦ ଭକ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ମନା । କଟକଣା ଉଲ୍ଲଂଘନ କ୍ଷେତ୍ରରେ ଯାତ୍ରାରେ ଦର୍ଶନ ମଧ୍ୟ ବନ୍ଦ କରିବାକୁ ଯୋଜନା କରାଯାଉଛି ବୋଲି କମିଶନର୍ କହିଛନ୍ତି ।ଦେଶୀବେହେରା ସାହିରେ କମିଟି ପକ୍ଷରୁ ଛାମୁଟିଆ କରାଯାଇଛି । କଳାକୁଞ୍ଜ ଓ ରଥ କରିବାକୁ ମନା । ଆଲୋକମାଳା ଓ ସାଂସ୍କୃତିକ କାର‌୍ୟ୍ୟକ୍ରମ ଉପରେ ମଧ୍ୟ ରୋକ୍ ଲଗାଇଛି ବିିଏମ୍‌ସି । କିନ୍ତୁ ଠାକୁରାଣୀଙ୍କ ଅସ୍ଥାୟୀ ପୀଠ ଦେଶୀବେହେରା ସାହିରେ ଥିବାରୁ ସେଠାରେ ଭକ୍ତଙ୍କ ଯାତାୟତ ରହିବ । ଏହାକୁ ଦୃଷ୍ଟିରେ ରଖି ଦେଶୀବେହେରା ସାହିରେ ଆଲୁଅ ବ୍ୟବସ୍ଥା କରିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି ।

 

Related posts

କୋରାପୁଟରେ ନୋଡ଼ାଲ ଅଫିସର ସୌରଭ ଗର୍ଗ

Report

କୁକୁଡ଼ା ଫାର୍ମ ସ୍ଥାନାନ୍ତର ଦାବୀରେ ରାସ୍ତାରୋକ

Report

୩୦ପୁସ୍ତକ ଲୋକାର୍ପିତ

Report

Leave a Comment