ମଲ୍ଟିସ୍ପେସିଆଲିଟି ହସ୍ପିଟାଲରେ ଆରମ୍ଭ ହେବାକୁ ଯାଉଛି ବେରୀୟଟ୍ରିକ ସର୍ଜରୀ ଓ ଅର୍ଥରୋସ୍କୋପିକ ସର୍ଜରୀ

0

(ଚିତ୍ତରଞନ ସାହୁ / ବରଗଡ଼) ; ବରଗଡ଼ ବରାହଗୁଡ଼ା ସ୍ଥିତ ବିକାଶ ମଲ୍ଟିସ୍ପେସିଆଲିଟି ହସ୍ପିଟାଲରେ କାକିନାଡ଼ାର ଇନୋଦୟ ହସ୍ପିଟାଲର ସହଯୋଗରେ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ମେଦବହୁଳତା ଅସ୍ତ୍ରୋପଚାର ଏହାସାଙ୍ଗକୁ କେମୋ ଥେରାପି ସୁବିଧା ଯୋଗେ କ୍ୟାନ୍ସର ରୋଗର ଚିକିତ୍ସା,ପୁଣି ଅର୍ଥରୋସ୍କୋପିକ ସର୍ଜରୀର ଚିକିତ୍ସା।ଏନେଇ ବିକାଶ ଅଡିଟୋରିଆମ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହେବା ସହ କିପରି କମ ଖର୍ଚ୍ଚରେ ଅଞ୍ଚଳବାସୀ ଚିକିତ୍ସା ର ସୁବିଧା ସୁଯୋଗ ପାଇପାରିବେ ସେ ନେଇ ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ମୁରଲୀକ୍ରିଷ୍ଣା କହିଛନ୍ତି