ଭୁବନେଶ୍ୱର : ଆଜି ହେଉଛି ଓଲିଉଡ଼ ସୁପରଷ୍ଟାର ବାବୁସାନଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନ ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା । ତାଙ୍କର ଚଲାପଥ ଖୁସୀମିତ ହେଉ। ମାଆ ଓ ବାପାଙ୍କ ସହ ମିଡ ନାଇଟରେ ବର୍ଥଡେ ପାଳିଲେ ବାବୁସାନ । ରାତିରେ ଘରେ କେକ୍ କାଟିଥିବା ସୂଚନା ମିଳିଛି । ଏତିକି ବେଳେ କିଛି ସମ୍ପର୍କୀୟ ବି ଉପସ୍ଥିତ ଥିଲେ ।ତେବେ ଜନ୍ମଦିନରେ ଏକାଠି ହେବେ କି ପତି-ପତ୍ନୀ ? ଆଜିଠୁ ପୁଣି ଥରେ ଆରମ୍ଭ ହେବ କି ବାବୁସାନଙ୍କ ସୁଖର ସଂସାର ? ଆପୋସ ସମାଧାନରେ ତୁଟିବ କି ବିବାଦ ? ଗତକାଲି ରାତିରେ ଗଣମାଧ୍ୟମ ସାମ୍ନାକୁ ଆସି ପରିବାର ସହ ଜନ୍ମଦିନ ପାଳନ କରିବେ ବୋଲି କହିଥିଲେ ବାବୁସାନ ।
ଅନେକ ବାଦ ବିବାଦ ଭିତରେ ବରମୁଣ୍ଡାସ୍ଥିତ ଘରେ ବିଳମ୍ବିତ ରାତିରେ ବାବୁସାନକେକ୍ କାଟି ଜନ୍ମଦିନ ସେଲିବ୍ରେସନ କରିଥିବା ସୂଚନା ମିଳିଛି। ଅଭିନେତା ରବି ମିଶ୍ର, ନିର୍ଦ୍ଦେଶକ ଅଶୋକ ପତି ଓ ପରିବାର ଲୋକଙ୍କ ସହିତ ଥିଲେ ବାବୁସାନ। ଆଜି ପତ୍ନୀ ତୃପ୍ତି ଓ ପୁଅଙ୍କ ସହିତ ଜନ୍ମଦିନ ପାଳନ କରିବେ। ଯଦି ସେମାନେ ନ ଆସିଲେ ନିଜେ ପତ୍ନୀଙ୍କ ଘରକୁ ଯିବି । ଏପରିକି କେକ୍ ଠାରୁ ପତ୍ନୀ ଓ ପୁଅ ବଡ଼ ବୋଲି କହିଛନ୍ତି ବାବୁସାନ୍ । ସବୁ କିଛି ଠିକ ହେବ। ପୋଲିସ ଜେରା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ବାବୁସାନ ।କିନ୍ତୁ ଏଯାଏ ରାସ୍ତାରେ ଘରୋଇ କଳି ବାବଦରେ ମୁହଁ ଖୋଲୁ ନାହାନ୍ତି ।
ସବୁଦିନେ ଘରୁ କିଛି ସମୟ ପାଇଁ ବାହାରକୁ ଆସି ମିଡିଆ ଆଗରେ ଠିକ୍ ସମୟରେ ଠିକ କଥା କହିବେ ବୋଲି କହୁଛନ୍ତି ବାବୁସାନ୍ । ପ୍ରଥମେ ପୋଲିସରେ ବୟାନ ରେକର୍ଡ କରିବା ପରେ ଗଣମାଧ୍ୟମକୁ ବୟାନ ଦେଇ ପାରନ୍ତି ବାବୁସାନ । ବାବୁସାନ କେବେ ଥାନାରେ ହାଜର ହେବେ ? ଆପୋସ ସମାଧାନରେ ତୁଟିବ କି ପତି-ପତ୍ନୀ ବିବାଦ ? ସିନେ ଷ୍ଟାରଙ୍କ ଘରୋଇ କଳି ଆଗକୁ କି ମୋଡ଼ ନେବ ତାଉପରେ ଏବେ ନଜର ।