ଭଦ୍ରକ : କଂଗ୍ରେସ ପକ୍ଷରୁ ଆଜି ୮ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି । ଭଦ୍ରକରେ ମେଡିକାଲ କଲେଜ ଓ ଭଦ୍ରକ ସ୍ୱୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ଦାବିରେ ସକାଳ ୬ ରୁ ୨ ଟା ପର୍ୟ୍ୟନ୍ତ ଅଖ ଚକବନ୍ଦ ରହିଛି । ଏହି ଦାବିରେ ଆଜି ଵିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ସରକାରଙ୍କ ବିରୁଧ୍ୟରେ ପ୍ରତିବାଦ କରାଯାଉଛି । ସରକାରୀ କାର୍ୟ୍ୟାଳୟ , କୋର୍ଟ ଓ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ରହି ପ୍ରତିବାଦ କରୁଛନ୍ତି । ଏହା ସହ ୧୬ ନମ୍ବର ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରାଯାଇଛି । ପୂର୍ବରୁ ମଧ୍ୟ ଅନେକ ଥର ଏହି ଦାବି ମୁଣ୍ଡ ଟେକିଛି । ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ପାଇଁ ବିଧାନସଭା ଗୃହରେ ମଧ୍ୟ ପ୍ରସଙ୍ଗ ଉଠାଯାଇଥିଲା। ବାରମ୍ବାର ଦାବି ପରେ ମଧ୍ୟ ସରକାର ଏ ଦିଗରେ କିଛି ପଦକ୍ଷେପ ନେଉ ନାହାନ୍ତି । ତେଣୁ ଏହାର ପ୍ରତିବାଦରେ ଭଦ୍ରକ ବାସୀଙ୍କ ସ୍ୱାର୍ଥକୁ ନଜରରେ ରଖି ଜିଲ୍ଲା କଂଗ୍ରେସ ୮ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରିବା ନିଷ୍ପତ୍ତି ନେଇଛି ।