ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

0

(ସେଖ ଫଇଜାନ କାଦରୀ) : ଆଜି ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଭିନ୍ନକ୍ଷମ ଦିବସ ଉପଲକ୍ଷେ ବାଗୁରାଇ ହାଇସ୍କୁଲ ପଡିଆରେ ଜିଲ୍ଲା ସ୍ତରିୟ ଭିନ୍ନକ୍ଷମ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହାକୁ ଜିଲ୍ଲାପାଳ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସହ ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଭିନ୍ନକ୍ଷମ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପତାକା ଦେଖାଇ ଜିଲ୍ଲାପାଳ ଦୈ।ଡ ପ୍ରତିଯୋଗିତାକୁ ଆରମ୍ଭ କରିଥିବା ବେଳେ ଭିନ୍ନକ୍ଷମଙ୍କ ପାଇଁ ନାଚ ଗୀତ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା । ଏହା ଜିଲ୍ଲା ପ୍ରଶାସନ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସସ୍ତ୍ରିକରଣ ବିଭାଗ, ଶିକ୍ଷାଧିକାର, ସର୍ବଶିକ୍ଷା ଅଭିଯାନ, ଏବଂ ଉଜଝଜ ଭଦ୍ରକ ମିଳିତ ଆନୁକୁଲ୍ୟରେ ଆୟୋଜନ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।