ପାପା-ମାମା ହେଲେ ହର୍ଷ ଓ ଭାରତୀ

ଭାରତୀ ସିଂହଙ୍କ ଘରକୁ ଆସିଲେ କୁନି ଅତିଥି ।

0

(ମୁମ୍ବାଇ) : ଭାରତୀ ସିଂହଙ୍କ ଘରକୁ ଆସିଲେ କୁନି ଅତିଥି । ସେ ଆଜି ଏକ ପୁତ୍ରକୁ ଜନ୍ମ ଦେଇଛନ୍ତି । ଏନେଇ ଭାରତୀଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି।

ହର୍ଷ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ଓ ଭାରତୀ ଅଛନ୍ତି। ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି ଯେ ସେମାନେ ଏକ ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି।

ହର୍ଷ ଶେୟାର କରିଥିବା ଫଟୋଟି ଭାରତୀ ଗର୍ଭବତୀ ଥିବା ବେଳେ ଉଠାଇଥିଲେ। ଏହି ଫଟୋରେ ଉଭୟ ଧଳା ପୋଷାକ ପିନ୍ଧିଛନ୍ତି। ଏଥିସହ ବେବୀ ବାସକେଟର ନୀଳ ରଙ୍ଗର ଫୁଲ ରହିଛି। ଭାରତୀ ଏବେ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। କିନ୍ତୁ ଏହା ପୂର୍ବରୁ ସୋଶାଲ ମିଡିଆରେ ଭାରତୀ କନ୍ୟା ସନ୍ତାନର ଜନନୀ ହୋଇଥିବା ଗୁଜବ ପ୍ରଚାର ହୋଇଥିଲା।