ଆସନ୍ତା ୨୧ ଓ ୨୨ ତାରିଖ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରରେ  ଆୟୋଜିତ ହେବ।

0

ଭୁବନେଶ୍ୱର: ଆସନ୍ତା ୨୧ ଓ ୨୨ ତାରିଖ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରରେ  ଆୟୋଜିତ ହେବ। ୨୧ ତାରିଖରେ ରାଜ୍ୟ କାର୍ଯ୍ୟାଳୟରେ  ଏବଂ ୨୨ରେ ହୋଟେଲ ପଦ୍ମଜାରେ ଏହି ବୈଠକ ହେବ।  ସାମ୍ପ୍ରତିକ ରାଜନୀତିର ପରିସ୍ଥିତି, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ହୋଇଥିବା ବିଷୟ ଗୁଡିକ ଯେମିତିକି  ବିପଦ ଆଇନ ଶୃଙ୍ଖଳା,  ବେକାରୀ ସମସ୍ୟା,  ଋଣ ଭାର , ଆର୍ଥିକ ମାନ୍ଦାବସ୍ଥା ଦେଇ ଓଡିଶା ଗତି କରୁଥିବାର ସମସ୍ୟା , ପ୍ରଧନମନ୍ତ୍ରୀ ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଂଚିତ, ମଣ୍ଡି ସମସ୍ୟା। ଏ ନେଇ ଆଗାମୀ ଦିନରେ ରଣନୀତି ପ୍ରସ୍ତୁତ ହେବ।  ସମସ୍ତ ସାଂସଦ,  ବିଧାୟକ ,  ୩ କେନ୍ଦ୍ର ମନ୍ତ୍ରୀଙ୍କ ସହ  ପ୍ରଭାରୀ ସୁନୀଲ ଵଂଶଲ ଓ ଡି.  ପୃରନଦେଶ୍ୱରୀ ମଧ୍ୟ ଉପସ୍ଥିତ ରରହିବେ। ଆଗାମୀ ଦିନ ପାଇଁ ବଡ଼ ରୋଡ଼ ମ୍ୟାପ ପ୍ରସ୍ତୁତ କରିବ ବିଜେପି।