ପଟ୍ଟାମୁଣ୍ଡାଇ- ଆସନ୍ତାକାଲିଠୁ ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ । ଭିତରକନିକାରେ ଜାନୁଆରୀ ୧୫ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । କୁମ୍ଭୀର ଗଣନା ନ ଦିନ ଧରି ଗଣନା କରାଯିବ । ପର୍ୟ୍ୟଟକମାନେ ବୋଟରେ ଯିବା ଆସିବା କରିବା ଦ୍ବାରା ଭିତରକନିକାରେ କୁମ୍ଭୀରମାନଙ୍କ ଗଣନା କାର୍ୟ୍ୟରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ଏହି ସମୟରେ ବୋଟ୍ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପ୍ରତ୍ୟେକ ବର୍ଷ ଗଣନା ସମୟରେ ପର୍ୟ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ । ଏହି ସମୟରେ ଅନଲାଇନ ବୁକିଂ ମଧ୍ୟ ବ୍ଲକ୍ କରାଯାଏ । ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
previous post
next post