ଭେଲୋରା ଛକ ନିକଟରେ ଅଣ୍ଡର ବାଇପାସ ଦାବିକରି, ଶୋକସଭା ଓ ରାସ୍ତା ରୋକ

0

(ଅଜିତ ସାହୁ / ଜଳେଶ୍ୱର): ୬୦ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ସାଜିଛି ମରଣ ଯନ୍ତା। ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ, ସରକାର, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବାଲେଶ୍ବର ସାଂସଦ, ଜଳେଶ୍ୱର ବିଧାୟକ, ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ସ୍ଥାଣୁ ସାଜିଛନ୍ତି। ଏଠାରେ ସୂଚନା ଥାଉକି ବସଷ୍ଟାଣ୍ଡ ସହିତ ନିକଟରେ ରାଜଘାଟ ରେଳ ଷ୍ଟେସନ, ସ୍ୱାସ୍ଥ୍ୟ କେନ୍ଦ୍ର, ସ୍କୁଲ କଲେଜ ଓ ବଜାର ରହିଛି। ଏସବୁ ସ୍ଥାନକୁ ଯାଆ ଆସ କରିବା ପାଇଁ ଭୋଲୋରା ଛକ ହିଁ କେବଳ ଗୋଟିଏ ମାତ୍ର ରାସ୍ତା ଯାହାର କି କୌଣସି ବିକଳ୍ପ ନାହିଁ। ତେଣୁ ଟ୍ରାଫିକ ଓ ଗମନା ଗମନ ଦୃଷ୍ଟିରୁ ଭେଲୋରା ଛକ ଏକ ବ୍ୟସ୍ତ ବହୁଳ ଛକ ଅଟେ। ଜାତୀୟ ରାଜପଥର ନିର୍ମାଣ ବେଳେ ଦୂର ଦୃଷ୍ଟି ଅଭାବ ତ୍ରୁଟି ଗତ ନିଷ୍ପତି ପାଇଁ ଅଣ୍ଡର ବାଇପାସ ଟିଏ ଆବଶ୍ୟକ ଥିଲେ ବି ତାହା ହୋଇ ପାରିନଥିଲା। ତେବେ ପରେ ଲୋକଙ୍କ ଆବଶ୍ୟକତା ଓ ସମସ୍ୟାର ସମାଧାନ ପାଇଁ, ଅଣ୍ଡର ବାଇପାସ ନିର୍ମାଣର କାର୍ୟ୍ୟ ଆରମ୍ଭ କରାଯାଇଥିଲା । ତେବେ ଆଜକୁ ଦୀର୍ଘଦିନ ବିତି ଯାଇଥିଲେ ବି ଉକ୍ତ ପ୍ରକଳ୍ପଟି ଆଜି ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଯାହାପାଇଁ ଭେଲୋରା ଛକ ନିକଟରେ, ଜାତୀୟ ରାଜପଥର ଗୋଟିଏ ପାର୍ଶ୍ଵ ରାସ୍ତାରେ ଅର୍ଧନିର୍ମିତ ଅଣ୍ଡର ବାଇପାସଟି ଗଭୀର ଘାଇ ସାଙ୍ଗକୁ ଖୋଲାମେଲା ଭାବେ ପଡି ରହିଛି। ସେହିପରି ଅନ୍ୟରାସ୍ତାଟି ପ୍ରାୟ ଏକ କିମି ପର୍ୟ୍ୟନ୍ତ ସିଙ୍ଗଲ ୱେ ରହିଛି । ତେବେ ଗତ ପାଞ୍ଚ ତାରିଖ ଗୁରୁଦିବସ ଦିନ ଶିକ୍ଷକ ଭବାନୀ ଶଙ୍କର ମହାପାତ୍ର ସ୍କୁଲରୁ କାର୍ୟ୍ୟକ୍ରମ ସାରି ଘରକୁ ଫେରୁଥିବା ବେଳେ, ସଡକ ଦୁର୍ଘଟଣାରେ ତାଙ୍କର ମୃତ ହୋଇଥିଲା। ତାଙ୍କର ମୃତୁକୁ ମିଶାଇ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୧ ଜଣଙ୍କର ପ୍ରାଣ ହାନି ଘଟିଛି। ତେବେ ସମସ୍ତଙ୍କ ମୃତ୍ୟୁ ପାଇଁ, ଜାତୀୟ ରାଜପଥ କର୍ତୁପକ୍ଷଙ୍କୁ ଦାୟୀ କରି, ଜାତୀୟ ରାଜପଥ ସୁରକ୍ଷା ମଞ୍ଚ ପକ୍ଷରୁ, ଭେଲୋରା ଛକ ନିକଟରେ ସ୍ୱର୍ଗତ ଭବାନୀ ଶଙ୍କରଙ୍କ ଫଟୋଚିତ୍ର ରଖି ରାଜପଥକୁ ବନ୍ଦକରି  ଅଭିନବ ଢଙ୍ଗରେ ଅଣ୍ଡର ବାଇପାସ ନିର୍ମାଣ କରିବାକୁ ଦାବି କିରି ଶୋକ ସଭା ପାଳନ କରିଥିଲେ। ବେସକିଛି ସମୟ ପାଇଂ ଜରୁରୀ କାଳୀନ ଗାଡିକୁ ବାଦ ଦେଇ  ଅନ୍ୟ ଗାଡି ଗୁଡିକ ଛିଡା ହୋଇ ରହିଥିଲା। ତେବେ କୌଣସି ପ୍ରଶାସନିକ ଅଧିକାରୀ ପହଁଚି ନଥିବାବେଳେ ଖବର ପାଇ ଜାତୀୟ ରାଜପଥ ପକ୍ଷରୁ ସ୍ଥାନୀୟ ଅଧିକାରୀ ଇଂଜିନିୟର ଅରୁଣ କୁମାର ଯାଦବ, ସାଗର ବୋରା ପହଁଚି ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରି, ଆସନ୍ତା ଏକ ସପ୍ତାହ ଭିତରେ ନିର୍ମାଣ କାର୍ୟ୍ୟ ଆରମ୍ଭ କରାଯିବାର ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା ।