ଓଡିଶା

ଇସ୍କନ ସାମ୍ନାରେ ହେବ ଭୂତଳ ଡ୍ରେନ : ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଭୁବନେଶ୍ୱର ଜଳ ନିଷ୍କାସନକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସମେତ ପୂର୍ତସଚିବ , ଅଗ୍ନିଶର୍ମ ଡିଜି, ନଗର ଉନ୍ନୟନ ସଚିବ , ଭୁବନେଶ୍ୱର ମହାନଗର ନିଗମ କମିସନର ଏବଂ ଜାତୀୟ ରାଜପଥ ପ୍ରାଧିକରଣ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ତିନୋଟି ବିଷୟ ଉପରେ ଆଲୋଚନା କରାଯାଇଥିଲା ମୁଖ୍ୟତଃ ଇସ୍କନ ମନ୍ଦିର ସାମ୍ନା ରାସ୍ତାରେ ଯେଉଁ ଭଳି ପାଣି ଜମୁଛି ଏବଂ ତାର ଜଳ ନିଷ୍କାସନ ପାଇଁ ଏକ ଭୂତଳ ଡ୍ରେନ ନିର୍ମାଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏବଂ ଏହି କାର୍ଯ୍ୟ ପୂର୍ତବିଭାଗ କରିବ । ଏଥିରେ ଯାହା ଖର୍ଚ୍ଚା ହେବ ରାଜ୍ୟସରକାର ତାହା ବହନ କରିବେ । ଏହା ଜାତୀୟ ରାଜପଥ ଅଧିନରେ ଆସୁଥିଲେ ମଧ୍ୟ ରାଜ୍ୟସରକାର ଏହା କରିବେ । ଆସନ୍ତା ବର୍ଷା ଋତୁ ପୂର୍ବରୁ ଏହି କାର୍ଯ୍ୟ ଶେଷ ହେବ ।
ସେହିପରି ଅଗ୍ନିଶମ ବିଭାଗ ପାଇଁ ଅଧିକ ୨୦ ଟି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପମ୍ପ ଯୋଗାଇଦିଆଯିବ । ଏହି ପମ୍ପଗୁଡିକ ବନ୍ୟାଅଞ୍ଚଳରେ ଜଲଦି ଜଳ ନିଷ୍କାସନ କରିବାରେ ସାହାର୍ଯ୍ୟ କରିବ । କଟକରେ ଏହି ପମ୍ପ ଦ୍ୱାରା ବର୍ଷା ଜଳ ନିଷ୍କାସନ କରାଯାଉଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ଏହି ପମ୍ପ ଦ୍ୱାରା ଶୀଘ୍ର ବର୍ଷା ଜଳ ନିଷ୍କାସନ କରାଯିବାର ଯୋଜନା ରହିଛି ।
ସେହିପରି ରାଜଧାନୀରେ ୯ଟି ପ୍ରାକୃତିକ ନାଳ ଥିଲା ସେଥିରେ ଲୋକମାନେ ଘର କରି ରହୁଛନ୍ତି । ଏବେ ସେହି ଜାଗା ବାସସ୍ଥଳୀ ରୂପେ ପରିଣତ ହୋଇଛି । ଏହାର ଦୀର୍ଘକାଳୀନ ସମାଧାନ ବିଷୟରେ ଆଲୋଚନା କରାଯାଇଛି ।

Related posts

ସେକ୍ସ ରାକେଟ ଠାବ, ୬ ଜଣ ଅଟକ

Report

ଛତିଶଗଡ଼ରେ ପଙ୍ଗପାଳ, ଓଡ଼ିଶାକୁ ବଢ଼ିଲା ଭୟ !

Report

ପୁଣି ଚର୍ଚ୍ଚାରେ ବାଲିଆପାଳ ବିଡ଼ିଓ

Report

Leave a Comment