୨ ଦିନିଆ ଭାରତ ବନ୍ଦ ଡାକରା : ଭୁବନେଶ୍ୱର ରେଳ ଷ୍ଟେସନରେ ଭିକ୍ଷୋଭ, ଆମ୍ବୁଲାନ୍ସ ପ୍ରଭାବିତ

କେନ୍ଦ୍ରୀୟ ଟ୍ରେଡ ୟୁନିୟନର ଅଧିକାରୀଙ୍କୁ ସଙ୍କୁଚିତ କରିବା ବିରୋଧରେ ଟ୍ରେଡ ୟୁନିୟନ ସଂଗଠନ ମାନେ ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଛନ୍ତି ।

0

ଭୁବନେଶ୍ୱର : କେନ୍ଦ୍ରୀୟ ଟ୍ରେଡ ୟୁନିୟନର ଅଧିକାରୀଙ୍କୁ ସଙ୍କୁଚିତ କରିବା ବିରୋଧରେ ଟ୍ରେଡ ୟୁନିୟନ ସଂଗଠନ ମାନେ ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ଦୁଇ ଦିନିଆ ସାଧାରଣ ଧର୍ମଘଟରେ ପ୍ରଭାବଶୂନ୍ୟ ହୋଇଛି ଭୁବନେଶ୍ୱର । ସକାଳୁ ସକାଳୁ ପ୍ରାୟ ମୋ ବସ ସମେତ ରେଳ ପ୍ରଭାବିତ ହୋଇଥିଲା କିନ୍ତୁ ଅନ୍ୟ ସବୁ ବ୍ୟବସ୍ଥା ଯାରି ରହିଥିଲା । ସକାଳୁ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହି ଥିଲା କିନ୍ତୁ ଅପରାହ୍ନ ବେଳକୁ ପୁଣି ସବୁ କିଛି ସାଧାରଣ ଭାବେ ଚାଲିଥିଲା । ଏପଟେ ସରକାରୀ କାର୍ଯ୍ୟାଳୟ ମଧ୍ୟ ଦିନ ତମାମ ଖୋଲା ରହିଥିଲା । ବିକ୍ଷୋଭ ସମୟରେ ଘରୋଇ ବସ ଗୁଡିକୁ ଅଟକାଇ ଦିଆଯାଇଥିଲେ ମଧ୍ୟ କିଛି ସମୟ ପରେ ଏହା ନିଜ ଗନ୍ତବ୍ୟ ସ୍ଥଳକୁ ଫେରିଯାଇଥିଲା ।

ଭୁବନେଶ୍ୱର ରେଳ ଷ୍ଟେସନରେ ଭିକ୍ଷୋଭ :
ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଭିକ୍ଷୋଭକାରୀ ସକାଳ ୬ ଟାରେ ଭୁବନେଶ୍ୱର ରେଳ ଷ୍ଟେସନରେ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ଜନଶତାବ୍ଦୀ ଏକ୍ସପ୍ରେସ ୬ଟା ୫୫ରେ, ୬ଟା ୩୫ରେ ଛାଡିବାକୁ ଥିବା ବଳାଙ୍ଗିର ଇଣ୍ଟରସିଟି ୬.୫୫ରେ ଛାଡିଥିଲା । ଏଥିରେ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ କ୍ଷୀରୋଦ ପ୍ରସାଦ ସିଂହଦେଓ, ବିକେଏମୟୁଆର ରାଜ୍ୟ ସମ୍ପାଦକ ସୁର ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ । ମାଷ୍ଟର କ୍ୟାଣ୍ଟିନରେ ମୋ ବସ୍ ସାମ୍ନାରେ ଭିକ୍ଷୋଭ ହେବାରୁ ବସ ଷ୍ଟାଣ୍ଡରୁ ବାହାରି ପାରିନଥିଲା ।

ଅଟୋ ଭଡା ଓ ପେଟ୍ରୋଲ ବୃଦ୍ଧି : ଏହି ଭିକ୍ଷୋଭ ହେତୁ ମୋ ବସ ପ୍ରଭାବିତ ହେବାରୁ ସାଧାରଣ ଲୋକ ମଧ୍ୟ ପ୍ରଭାବିତ ହୋଇଥିଲେ । କାରଣ ମୋ ବସରେ ଯାଉଥିବା ବ୍ୟକ୍ତିଙ୍କୁ ଅଟୋ ଭଡା କରି ଗନ୍ତବ୍ୟ ସ୍ଥଳକୁ ଯିବାକୁ ପଡିଥିଲା । ଯାହାଫଳରେ ୨୦ ଟଙ୍କାରେ ଲୋକ ଯାତାୟତ କରୁଥିବା ବେଳେ ୧୫୦ ଟଙ୍କା ଦେଇ ଅଟୋରେ ଯିବାକୁ ପଡୁଛି ।

ଆମ୍ବୁଲାନ୍ସ ପ୍ରଭାବିତ: ରାସ୍ତା ଉପରେ ଭିକ୍ଷୋଭ କରିବା ଫଳରେ ଚାରିଆଡୁ ରାସ୍ତା କିଛି ସମୟ ପାଇଁ ଜମା ହୋଇଯାଇଥିଲା । ଯାହାଫଳରେ କୋଲିକତାରୁ ଆସୁଥିବା ଆମ୍ବୁଲାନ୍ସ ଅଚାର୍ଯ୍ୟ ବିହାର ଛକରେ ଫସିଯାଇଥିଲା । ଏତେ ମାତ୍ରାରେ ଗାଡି ଗୁଡିକ ଫସିଯାଇଥିଲା ଯେ ଆମ୍ବୁଲାନ୍ସକୁ ସେଠାରୁ ବାହାର କରିବା ଅସମ୍ଭବଥିଲା । ସେଥି ପାଇଁ ଆମ୍ବୁଲାନ୍ସକୁ ରଙ୍ଗ ରୁଟରେ ନେଇ ଫ୍ଲାଏ ଓଭର ଉପରେ ନିଆ ଯାଇଥିଲା ।


ଶହ ଶହ ବର୍ଷ ର ସଂଗ୍ରାମ ଫଳରେ ଭାରତ ବର୍ଷର ଶ୍ରମିକ ଶ୍ରେଣୀ ଯେଉଁ ୪୪ଟି ଶ୍ରମ ଆଇନ ହାସଲ କରିଥିଲା। ତାକୁ ବାତିଲ କରି କେନ୍ଦ୍ରରେ ବିଜେପି ସରକାର ମାଲିକ ସପକ୍ଷ ବାଦୀ ଶ୍ରମିକ ଓ କର୍ମଚାରୀ ବିରୋଧୀ ୪ଟି କଳା ଶ୍ରମ କୋଡ଼ ପରିବର୍ତ୍ତନ କରିବା, ଇପିଏଫ ସୁଧହାର ହ୍ରାସ କରିବା ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକର ଘରୋଇକରଣ, ବ୍ୟାଙ୍କ ଓ ବୀମା କ୍ଷେତ୍ରରେ ଦେଶୀ- ବିଦେଶୀ ଘରୋଇ ପୁଞ୍ଜି କୁ ପ୍ରୋତ୍ସାହନ ଏବଂ ଟ୍ରେଡ ୟୁନିଅନର ଅଧିକାର କୁ ସଂକୁଚିତ କରିବା ବିରୋଧରେ ଟ୍ରେଡ ୟୁନିଅନ ସଂଗଠନ ମାନେ ୨ ଦିନିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟ ର ଯେଉଁ ଡାକରା ଦେଇଛନ୍ତି, ତାକୁ ସିପିଆଇ ଏମ-ଏଲ ରେଡଷ୍ଟାର ପାର୍ଟି ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି ।