ଏଏସଆଇଙ୍କୁ ରେଡ ହ୍ୟାଣ୍ଡରେ ଧରିଲା ଭୁବନେଶ୍ୱର ଭିଜିଲାନ୍ସ ଟିମ
୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ
ଭୁବନଶ୍ୱର : ଭିଜିଲାନ୍ସ ପଞ୍ଝାରେ ବାଲିପାଟଣା ଥାନା ଏଏସଆଇ ପୁଷ୍ପଲତା ପାଇକରାୟ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ରେଡ ହ୍ୟାଣ୍ଡରେ ଧରିଲା ଭୁବନେଶ୍ୱର ଭିଜିଲାନ୍ସ ଟିମ । ୨୦୨୦ ମସିହାର ଏକ ମାରପିଟ୍ କେସ୍ ପାଇଁ ଲାଞ୍ଚ ନେଉଥିଲେ ଏଏସଆଇ। ସୂଚନା ଅନୁସାରେ ,କଣ୍ଟାପଡା ଗ୍ରାମର ନୃସିଂହ ସେନାପତିଙ୍କର ୨୦୨୦ରେ ମାରପିଟ ହୋଇଥିଲା । ଏନେଇ ବାଲିପାଟଣା ଥାନାରେ ଏତଲା ହୋଇଥିଲା । ଆକ୍ରମଣକାରୀଙ୍କୁ ଗିରଫ କରିବା ଏବଂ କେସର୍ ଉପଯୁକ୍ତ ତଦନ୍ତ ପାଇଁ ୫ ହଜାର ଟଙ୍କା ଦାବି କରିଥିଲେ ଏଏସଆଇ ପୁଷ୍ପଲତା । ଏନେଇ ନୃସିଂହ ଭିଜିଲାନ୍ସରେ ଲିଖିତ ଅଭିଯୋଗ କରିଥିଲେ। ପରେ ରେଡି ହ୍ୟାଣ୍ଡରେ ଧରିବା ପାଇଁ ଯୋଜନା କରାଯାଇଥିଲା ।
ଯୋଜନା ମୁତାବକ ୭ ଜଣିଆ ଭିଜିଲାନ୍ସ ଟିମ୍ ନିକଟରେ ରହିଥିଲେ । ନୃସିଂହଙ୍କ ଠାରୁ ଏଏସଆଇ ପୁଷ୍ପଲତା ପାଇକରାୟ ୫ ହଜାର ଟଙ୍କା ତାଙ୍କ ସରକାରୀ କ୍ୱାର୍ଟରରେ ନେଇଥିଲେ। ଏହାପରେ ତାଙ୍କୁ ସିଧାସଳକ ୫ ହଜାର ଟଙ୍କା ସହ ଭିଜିଲାନ୍ସ ଟିମ ଧରିଥିଲେ । ଏହାସହ ବାଲିପାଟଣା ଥାନା ପରିସରରେ ଏଏସଆଇଙ୍କ ଫାଇଲକୁ ଚେକ୍ କରିଛି ଭିଜିଲାନ୍ସ । କିଛି କାଗଜପତ୍ର ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।