ଭୁବନେଶ୍ୱର ରାଜ ରାସ୍ତାରେ ଧାରଣା ଦେବେ ପଶ୍ଚିମ ଓଡିଶା ଆଇନଜୀବୀ

0

ଭୁବନେଶ୍ୱର (ହର ପ୍ରସାଦ ବିଷୋୟୀ ):ପଶ୍ଚିମ ଓଡିଶା ରେ ହାଇକୋଟ ର ସ୍ଥାଇ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆସନ୍ତାକାଲି ଭୁବନେଶ୍ୱର ରାଜରାସ୍ତାରେ ଆନ୍ଦୋଳନ କରିବେ ପଶ୍ଚିମ ଓଡିଶାର ସହ ସହ ଆଇନଯିବି | ସମଗ୍ର ପଶ୍ଚିମ ଓଡିଶା ରେ ପ୍ରତିବାଦ ଦିବସ ପାଳନ ସହ ଅଞ୍ଚଳ ର ମୁଖ୍ୟ ପ୍ରଶାସନ ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ପ୍ରତିବାଦ ସଭା କରିବେ | କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପଶ୍ଚିମ ଓଡିଶା ଓକିଲ ସଙ୍ଘ ସମୂହ,ଏ ନେଇ ଭୁବନେଶ୍ୱର ଠାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି କ୍ରିୟାନୁଷ୍ଠାନ କମିଟି ପଶ୍ଚିମ ଓଡିଶା ଓକିଲ ସଙ୍ଘ ସମୂହ|  କେନ୍ଦ୍ରୀୟ କ୍ରିୟା ନୁଷ୍ଠାନ କମିଟି ପଶ୍ଚିମ ଓଡିଶା, ଦୀର୍ଘ 60 ବର୍ଷ ହେଲା ହାଇକୋଟ ସ୍ଥାଇ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରିଆସିଛୁ | ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ପଶ୍ଚିମ ଓଡିଶା ସମ୍ବଲପୁର ରେ ପ୍ରତିଷ୍ଠା ପାଇଁ ଓଡିଶା ଉଚ୍ଚ ନିୟାଳୟ କୁ ଅନୁରୋଧ କରି ସୁପାରିଶ କରିଥିଲେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁପାରିଶ କରିଛନ୍ତି,ପଶ୍ଚିମ ଓଡିଶାକୁ ଅବହେଳିତ କରିଛନ୍ତି ମୁଖ୍ୟମନ୍ତ୍ରୀ| ଏ ଅଞ୍ଚଳର ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି | ପଶ୍ଚିମ ଓଡ଼ିଶାର ଭାବ ବେଗ ସହ ଖେଳୁଛନ୍ତି ମୁଖ୍ୟମନ୍ତ୍ରୀ| କାହା ଚାପରେ ସୁପାରିଶ କାର୍ଯ୍ୟକାରୀ ହେଉନି ସାର୍ବଜନୀନର ଆବଶ୍ୟକ ରହିଛି | ଏହାର ପ୍ରତିବାଦ ରେ ଆସନ୍ତା କାଲି ପଶ୍ଚିମ ଓଡିଶାରୁ ସହ ସହ ଆଇନଜୀବୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାଧ୍ୟ କରିବେ| ପଶ୍ଚିମ ଓଡିଶାକୁ ଅବହେଳା ବରଦାସ୍ତ କରାଯିବ ନାହିଁ |