ହୀରାକୁଦ ଜଳ ଭଣ୍ଡାରରେ ବଢ଼ୁଛି ଜଳସ୍ତର

0

ସମ୍ବଲପୁର: ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା | କେବଳ ରାଜ୍ୟରେ ନୁହେଁ ଉପରମୁଣ୍ଡ ଛତିଶଗଡର ମଧ୍ୟ ପ୍ରବଳ ବର୍ଷା ଲାଗିରହିଛି | ଲଗାଣ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି | ଏନେଇ ହୀରାକୁଦ ଜଳଭଣ୍ଡାର ୧୦ଟି ଗେଟ ଖୋଲିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ | ସେହିପରି ହୀରାକୁଦରେ ଜଳସ୍ତର ୬୧୨ ଫୁଟ ରହିଥିବା ବେଳେ ସର୍ବାଧିକ ଜଳଧାରଣ କ୍ଷମତା ୬୩୦ଫୁଟ ରହିଛି | ଅଧିକ ଗେଟ ଖୋଲିବା ପାଇଁ ମଧ୍ୟ ଆଶଙ୍କା ରହିଛି |