ଭାରତ

କୃଷି ଆଇନର ଆଲୋଚନା ପାଇଁ ଗଠିତ କମିଟିରୁ ଓହରିଲେ ଭୁପିନ୍ଦର ସିଂହ ମାନ

(ନୁଆଦିଲ୍ଲୀ): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ୪ ଜଣିଆ କମିଟିରୁ ଭୂପିନ୍ଦର ସିଂହ ମାନ ଗୁରୁବାର ଓହରି ଯାଇଛନ୍ତି । ସେ ପୂର୍ବରୁ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ବର୍ତ୍ତମାନ ସେ ଭାରତୀୟ କୃଷକ ସଂଘର ସଭାପତି ଦାୟିତ୍ୱ ତୁଲାଉଛନ୍ତି । କୃଷି ଆଇନକୁ ନେଇ ଚାଷୀଙ୍କ ସହ ଆଲୋଚନା ପାଇଁ ସୁପ୍ରିମକୋର୍ଟ ଦ୍ୱାରା ଗଠିତ କମିଟିରେ ତାଙ୍କୁ ସାମିଲ କରାଯାଇଥିଲା । ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ସେ ଆଜି ଏହି କମିଟିରୁ ଓହରି ଯାଇଛନ୍ତି ।
ତାଙ୍କୁ କମିଟିରେ ସାମିଲ କରିଥିବାରୁ ସେ ସୁପ୍ରିମକୋର୍ଟଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ସଂଘର ଜଣେ ନେତା ଭାବେ ଜନସାଧାରଣ ଓ କୃଷକ ସଂଗଠନଗୁଡିକ ମଧ୍ୟରେ ବର୍ତ୍ତମାନ ଦେଖାଦେଇଥିବା ଚିନ୍ତାଧାରା ଓ ଉପୁଜିଥିବା ଆଶଙ୍କାକୁ ଦୃଷ୍ଟିରେ ରଖି ସେ କମିଟିରୁ ଓହରୁଛନ୍ତି ବୋଲି ଲିଖିତ ଭାବେ ଜଣାଇଛନ୍ତି । ଏହାସହ ସେ ସର୍ବଦା କୃଷକମାନଙ୍କ ସାଙ୍ଗରେ ରହିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ମଙ୍ଗଳବାର କୃଷି ଆଇନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଆଇନ ଉପରେ ସାମୟିକ ରୋକ ଲଗାଇଥିଲେ । କୃଷି ଆଇନ ସମ୍ପର୍କରେ ଆଲୋଚନା କରିବା ପାଇଁ କୋର୍ଟ ୪ ଜଣିଆ କମିଟି ଗଠନ କରିଥିଲେ । ଏହି କମିଟିରେ କୃଷି ବିଶେଷଜ୍ଞ ଅଶୋକ ଗୁଲାଟି, ଭୁପିନ୍ଦର ସିଂହ ମାନ, ପ୍ରମୋଦ କୁମା ଯୋଶୀ ଓ ଅନୀଲ ଧୱନ ସାମିଲ ହୋଇଥିଲେ ।

Related posts

୧୫ରେ ନୀତି ଆୟୋଗ ବୈଠକ

Report

କରୋନା ଟିକାର ନିରୀକ୍ଷଣ ଓ ଯୋଗାଣକୁ ନେଇ ଆଲେଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Report

ଲୋକସଭାରେ ଗୃହୀତ ହେଲା ଜାମ୍ମୁ ଓ କାଶ୍କୀର ପୁର୍ନଗଠନ ବିଲ

Report

Leave a Comment