ଭୁବିଙ୍କୁ ସର୍ବଶ୍ରେଷ୍ଠ ଖେଳାଳୀ ସମ୍ମାନ

0

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ଦନିକିଆ ଏବଂ ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜରେ ଜବରଦସ୍ତ ପ୍ରଦର୍ଶନ ପାଇଁ ଭୁବିଙ୍କୁ ମିଳିଛି ବହୁମୂଲ୍ୟ ପୁରସ୍କାର । ସ୍ୱିଙ୍ଗ୍ର ରାଜକୁମାର କୁହାଯାଉଥିବା ଏହି ଦ୍ରୁତ ବୋଲରଙ୍କୁ ମାସର ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ କରିଛି ଆଇସିସି । ଦିନିକିଆ ସିରିଜର ୩ଟି ମ୍ୟାଚରେ ୪.୬୫ଇକୋନମୀ ସହ ୬ ୱିକେଟ ଏବଂ ଟ-ଟ୍ୱେଣ୍ଟିରେ ୬.୩୮ ଇକୋନମୀ ସହ ୪ଟି ୱିକେଟ ଅକ୍ତିଆର କରି ସେ ଏହି ଅପୂର୍ବ ସଫଳତା ହାସଲ କରିଛନ୍ତି । ଆହତ ସମସ୍ୟାରୁ ଦୀର୍ଘ ଦେଢ ବର୍ଷ ସଳରୁ ବାଦ ପଡିବା ପରେ ଦମଦାର କମବ୍ୟାକ କରିଛନ୍ତି ଭୁବି । ଦଳକୁ ଫେରିବା ମାତ୍ରକେ ଇଂଲଣ୍ଡର ବ୍ୟାଟ୍ସମାନ ମାନଙ୍କୁ ନିଜ ସ୍ୱିଙ୍ଗ ଏବଂ ପେସରେ ସେ ଧରାଶାୟୀ କରିଦେଇଥିଲେ । ତେବେ ଏହି ସଫଳତାର ଶ୍ରେୟ ସାଥି ଖେଳାଳୀ ଓ ପ୍ରଶଂସକମାନଙ୍କୁ ଦେଇ ସେ ଧନ୍ୟବାଦ ଜ୍ଞାପନ କରିବା ସହ କୃତଜ୍ଞତା ଜଣାଇଛନ୍ତି । ଏହି ଦୈାଡରେ ଥିବା ଆଫଗାନୀ ରାସିଦ ଖାନ ଓ ଜିମ୍ବାୱେର ସିନ ୱିଲିଅମସନଙ୍କୁ ପଛରେ ପକାଇ ଶ୍ରେଷ୍ଠ ଖେଳାଳୀ ପାଲଟିଛନ୍ତି ଭୁବନେଶ୍ୱର କୁମାର । ଏଥିସହ ଭାରତ କ୍ରମାଗତ ଭାବରେ ତୃତୀୟ ଥର ପାଇଁ ଭାରତୀୟ ଖେଳାଳୀ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି । ଗତ ଜାନୁୟାରୀରେ ୱିକେଟ କିପର ଋଷଭ ପନ୍ତ ଏବଂ ଫେବୃୟାରୀରେ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ ।