ମୋଦିଙ୍କ ଜନ୍ମ ଦିନର ବଡ ଭେଟି

0

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭ ଜନ୍ମଦିନ ଅବସରରେ କୋରୋନା ଟୀକାକରଣରେ ନୂଆ ଇତିହାସ ସୃଷ୍ଟି କରିଛି ସ୍ୱାସ୍ଥ୍ୟ ବିଭାଗ । ଆଜି ଦେଶରେ ସର୍ବାଧିକ ଟୀକାକରଣ ହୋଇଥିବା ରେକର୍ଡ କରାଯାଇଛି । ଏହି ଘଟଣା ମୋଦିଙ୍କ ପାଇଁ ଜନ୍ମଦିନର ଏକ ବଡ ଉପହାର କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରଥମ ଥର ପାଇଁ ଦେଶରେ ଟୀକାକରଣ ସଂଖ୍ୟା ୨ କୋଟି ଅତିକ୍ରମ କରିଛି । ଦେଶର ପ୍ରାୟ ସମସ୍ତ ରାଜ୍ୟ ଅଧିକରୁ ଅଦିକ ଟୀକା ପ୍ରଦାନ କରିବାକୁ ଉଦ୍ୟମ କରିଥିବା କୋ-ୱିନ ପୋର୍ଟାଲରୁ ଜଣା ପଡିଛି ।
କୋ-ୱିନରେ ଉପଲବ୍ଧ ହୋଇଥିବା ତଥ୍ୟରୁ ଜଣାଯାଇଛି ଯେ ଆଜି ଦେଶରେ ମୋଟ ୨ କୋଟିରୁ ଅଧିକ ଲୋକଙ୍କୁ କୋରୋନା ଟୀକା ଦିଆଯାଇଛି । ତେବେ ମଧ୍ୟାହ୍ନ ୧.୪୦ରେ ଦିନର ଟୀକାକରଣ ୧ କୋଟି ପାର କରିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ଏହା ୨ କୋଟି ଅତିକ୍ରମ କରିଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସକୁ ବିଶେଷ ଭାବେ ନିଆଯାଇ ଟୀକାକରଣ ରେକର୍ଡ ସୃଷ୍ଟି କରିଛି ।