ବଜେଟରେ ଆସିଲା ବଡ ପରିବର୍ତନ ପାରିତ ହୋଇଛି ନୂଆ ଆୟକର ବ୍ୟବସ୍ତା

0

ନୂଆଦିଲ୍ଲୀ : ବଜେଟରେ ଆସିଲା ବଡ ପରିବର୍ତନ | ଏଣିକି ଦେବାକୁ ପଡ଼ିବନି ଟିକସ | ହଁ ଆଜ୍ଞା ମଧ୍ୟବିତ୍ତ ପରିବାର ଓ ସରକାରୀ ଚାକିରୀଆମାନଙ୍କ ପାଇଁ ମିଳିଛି ବଡ ଆଶ୍ୱସ୍ତି । ସଂସଦ ଭବନରେ ପାରିତ ହୋଇଛି ୨୦୨୩-୨୪ର ଆର୍ଥିକ ବିଲ |  ନୂଆ ଆୟକର ବ୍ୟବସ୍ଥା ଅନୁଯାୟୀ ଯଦି ଆପଣଙ୍କର ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ ତେବେ କୌଣସି ଟ୍ୟାକ୍ସ ଦେବାକୁ ପଡିବନି । ପୂର୍ବରୁ ଏହା ୫ ଲକ୍ଷ ପର୍ଯ୍ୟନ୍ତ ଥିଲା । ଏବେ ଏଥିରେ ପରିବର୍ତ୍ତନ କରାଯାଇ ୭ ଲକ୍ଷ ଟଙ୍କା ଯାଏଁ ବୃଦ୍ଧି କରାଯିବାକୁ ଘୋଷଣା ହୋଇଛି ।ସେହିପରି ଯଦି ୯-୧୨ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଥାଏ ତାହାଲେ ୧୫ % ଟିକସ ଦେବାକୁ ପଡିବ | ୧୨-୧୫ ପ୍ରତିଶତ ବାର୍ଷିକ ଆୟଥିଲେ ଦେବାକୁ ପଡିବ ୨୦% ଟିକସ , ସେହିପରି ୧୫ଲକ୍ଷରୁ ଅଧିକ ଟିକସ ଥିଲେ ଦେବାକୁ ପଡିବ ୩୦% ଟିକସ ଦେବାକୁ ପଡିବ ବୋଲି ନୂଆ ବଜେଟ ଅଧିବେଶନରେ ବିଲ ପାରିତ ହୋଇଛି | ଏହି ବିଲ କୁ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମାଣ ପାରିତ କରିଛନ୍ତି |