FIH ପ୍ରୋଲିଗରେ ବଡ଼ ଟକ୍କର; ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

0

ରାଉରକେଲା: ମୁହାଁ ମୁହିଁ ହେଲେ ଶକ୍ତିଶାଳି ଅଷ୍ଟ୍ରେଲିଆକୁ ଭାରତ । ରାଉରକେଲା ସ୍ଥିତ ବିର୍ସା ମୁଣ୍ଡାଷ୍ଟାଡିୟମରେ ଖେଳାଯାଇଛି । ଯାଇଛି । ହକି ପ୍ରୋ-ଲିଗ୍ରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ବେଶ୍ ଆକର୍ଷଣୀୟ ରହିଥିଲା। ଖେଳର ମଧ୍ୟାନ୍ତର ଶେଷ ସୁଦ୍ଧା ଭାରତ ସ୍କୋର୍କୁ ୪-୧ରେ ରଖିଥିବା ବେଳେ ଶେଷ କ୍ବାର୍ଟରରେ କିନ୍ତୁ ଅଷ୍ଟ୍ରେଲିଆ ଦମ୍ଦାର ପରିବର୍ତନ କରିଥିଲା। ମ୍ୟାଚ୍ର ଶେଷ ମିନିଟ୍ ପର‌୍ୟ୍ୟନ୍ତ ଅଷ୍ଟ୍ରେଲିଆ ଗୋଲ୍ ଦେବାକୁ ବହୁ ପ୍ରୟାସ କରିଥିଲା। ହେଲେ ବିଫଳ ହେବାରୁ ୪-୫ ଗୋଲ୍ରେ ପରାଜୟ ପାଇଁ ବାଧ୍ୟ ହୋଇଥିଲା ଅଷ୍ଟ୍ରେଲିଆ । ତିନିଟି ଗୋଲ୍ ଦେଇ ହ୍ୟାଟ୍ରିକ୍ ଅର୍ଜନ କରିଥିବା ଭାରତୀୟ ଦଳର ଅଧିନାୟକ ହର୍ମନପ୍ରୀତ ସିଂହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଏଥି ସହିତ ଭାରତ କ୍ରମାଗତ ଦ୍ବିତୀୟ ଥର ପାଇଁ ବିଜୟ ହାସଲ କରିଛି । ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରୋ-ଲିଗ୍ର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ବିଶ୍ବ ବିଜେତା ଜର୍ମାନୀ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି । ଜର୍ମାନୀକୁ ୩-୨ ଗୋଲରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥବଲା ଭାରତ। ଭାରତୀୟ ଖେଳାଳି ୬ଟି ପେନାଲଟି କର୍ଣ୍ଣର ସୁଯୋଗ ପାଇଥିବା ବେଳେ ଅଷ୍ଟ୍ରେଲିଆକୁ ୧୦ ପେନାଲ୍ଟି କର୍ଣ୍ଣର ସୁଯୋଗ ମିଳିଥିଲା। ଭାରତ ୧୭ତମ ମିନିଟ୍ରେ ଗୋଟିଏ ପେନାଲ୍ଟି ଷ୍ଟ୍ରୋକ୍ ପାଇଥିବା ବେଳେ ଯୁଗରାଜ ଏହାକୁ ଗୋଲ୍ରେ ପରିଣତ କରିଥିଲେ।