ଭାରତକୁ ବଡ଼ ସଫଳତା, ଦିନକରେ ଏକ କୋଟି ଲୋକଙ୍କୁ ଦିଆଗଲା ଟିକା

କରୋନା ବିରୋଧରେ ଭାରତ ଜୋର୍‌ଦାର ଲଢ଼େଇ ଜାରି ରଖିଛି। ଏହି ଅଭିଯାନରେ ଆଜି ଦେଶରେ ଟିକାକରଣରେ ରେକର୍ଡ ହୋଇଛି।

0

(ଦିଲ୍ଲୀ) : କରୋନା ବିରୋଧରେ ଭାରତ ଜୋର୍‌ଦାର ଲଢ଼େଇ ଜାରି ରଖିଛି। ଏହି ଅଭିଯାନରେ ଆଜି ଦେଶରେ ଟିକାକରଣରେ ରେକର୍ଡ ହୋଇଛି। ଶୁକ୍ରବାର ଦେଶରେ ଏକ କୋଟିରୁ ଅଧିକ ଲୋକଙ୍କର ଟିକାକରଣ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଏସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାଶ। ଏହି ପ୍ରୟାଶ ଯୋଗୁ ଦେଶରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ପ୍ରଧାନମନ୍ତ୍ରୀଙ୍କ ସମସ୍ତଙ୍କୁ ଭ୍ୟାକ୍ସିନ ମାଗଣା ଭ୍ୟାକ୍ସିନର ଦୃଢ଼ ସଂକଳ୍ପ ଏବେ ଧୀରେ ଧୀରେ ସଫଳ ହେଉଛି। “ ଏହା ପୂର୍ବରୁ ଅଗଷ୍ଟ ୧୭ ତାରିଖରେ ମଧ୍ୟ ସର୍ବାଧିକ ୮୮ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିଲା। ଅନ୍ୟପଟେ ଟିକାକରଣର ଏହି ସଫଳତାରେ ଖୁସୀ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି “ଆଜି ରେକର୍ଡ ସଂଖ୍ୟକ ଟିକାକରଣ କରାଯାଇଛି। ଏକ କୋଟି ପାର୍ କରିବା ଏକ ମହତ୍ୱପୂର୍ଣ୍ଣ ଉପଲବ୍‌ଧୀ। ଟିକା ନେଇଥିବା ଲୋକ ଓ ଅଭିଯାନକୁ ସଫଳ କରାଉଥିବା ଲୋକମାନଙ୍କୁ ବଧେଇ।”