କୋଭିଡ ପରିଚାଳନା: ବିଜୟଙ୍କ ସରକାରଙ୍କୁ ପରାମର୍ଶ

0

ଭୁବନେଶ୍ୱର: କରୋନାକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଲେ ବିଜୟ ମହାପାତ୍ର। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ କରି କରୋନା ପରିଚାଳନାକୁ ନେଇ କହିଛନ୍ତି, ଭାରତର ୬ ଟି ହାଇକୋର୍ଟ ଓ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ତେବେ ରାଜ୍ୟ ସରକାର ଅକ୍ସିଜେନ ପଠାଇବା ପ୍ରଶଂସନୀୟ। କିନ୍ତୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ। ଏଭଲି ସଂକଟଜନକ ସ୍ଥିତିରେ ଟେଷ୍ଟିଂ ବଢ଼ାଯିବା ଦରକାର ନୁହେଁ କି। ଟେଷ୍ଟିଂ କିଟର ଉତ୍କଟ ଅଭାବ ଯୋଗୁଁ ଟେଷ୍ଟିଂ ଆଗକୁ ଯାଇପାରୁନି। ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀମାନେ ଟେଷ୍ଟିଂ କୀଟ ଓ ପିପିଇ କୀଟ ପରିମାଣ ବଢ଼ାନ୍ତୁ ଓ ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ। ବେଙ୍ଗଲ ଓ ଓଡ଼ିଶା ମଧ୍ୟରେ ଶହେ ଗଲା ବାଟ ଅଛି । ତେଣୁ ସବୁ ବାଟକୁ ଜଗିବା ଦରକାର। ପଶ୍ଚିମବଙ୍ଗ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଵା ଦରକାର । ପୋଲିସ ମୋବାଇଲ ଭ୍ୟାନ ଅଧିକ କରାଯିବା ଦରକାର। ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ ଜିଲ୍ଲାରେ ମୋବାଇଲ ଭ୍ୟାନ ଅଧିକ ବୁଲିବା ଦରକାର। ସବୁ ଷ୍ଟେସନରେ ରେଳ ନ ରହୁ। ଆଇଜି ସ୍ତରର ଅଫିସର ମୁତୟନ କରାଯାଉ। ପ୍ରବାସୀଙ୍କ ସମସ୍ୟା ବଢ଼ିଛି। ମହାରାଷ୍ଟ୍ର ଦିଲ୍ଲୀ ଗୁଜୁରାଟ ରେ ଓଡ଼ିଶାର ପିଲା ଦୟନୀୟ ଭାବେ ମୃତ୍ୟୁ ବରଣ କରୁଛନ୍ତି। ବେଡ଼ ନାହିଁ ଚିକିତ୍ସା ମିଳୁନି। ତେଣୁ ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀଙ୍କ ପାଇଁ ଥିବା ୪ ଟି ଓଡିଶା ଭବନ କୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଭାବେ ବ୍ୟବହାର କରାଯାଉ। ଟୋଲ ଫ୍ରି ନମ୍ବର ଜାରି କରାଯାଉ ଓ ସହଯୋଗ ଦିଆଯାଉ। ସୀମାନ୍ତ ଜିଲ୍ଲାରେ ମୋବାଇଲ ଟେଷ୍ଟିଂ ଭ୍ୟାନ ଜରିଆରେ ଟେଷ୍ଟିଂ କରାଯାଉ।କରନା ଯୋଦ୍ଧା ଙ୍କ ସ୍ପୃହା କମିଛି। ତେଣୁ ସେମାନଙ୍କୁ ଇନସେଣ୍ଟିଭ ବ୍ୟବସ୍ଥା କରାଯାଉ। ଗଣମାଧ୍ୟମ ପ୍ରତିନିଧି ଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିବା ସହ ଟୀକା ଦିଆଯାଉ।